ଆଜି ଜୁନ ୫। ବିଶ୍ବ ପରିବେଶ ଦିବସ। ଏହିଦିବସ ଟି ୧୯୭୪ ମସିହା ଜୁନ ୫ ତାରିଖ ରୁ ୧୦୦ ରୁ ଉର୍ଦ୍ଧ୍ବ ଦେଶ ରେ ପାଳନ କରାଯାଇଆସୁଛି। ଆମ ସମାଜ ରେ ପରିବେଶ ପ୍ରତି ସଚେତନତା ସୃଷ୍ଟି କରିବା ଓ ପରିବେଶ ସୁସ୍ଥ ରହିଲେ ହିଂଁ କିପରି ଏ ଜୀବଜଗତ ତିଷ୍ଠି ରହିବ ସେଥିପ୍ରତି ଲୋକ ଙ୍କୁ ସଚେତନ କରାଇବା ଆଶା ରେ ଏହି ଦିନ ଟିକୁ ବିଶ୍ବ ପରିବେଶ ଦିବସ ରୁପେ ପ୍ରତିବର୍ଷ ପାଳନ କରାଯାଏ ଅନୁକୂଳ ପରିବେଶ ଯୋଗୁଂଁ ହିଂଁ ଆମ ସୌର ଜଗତ ରେ ପୃଥିବୀ ଏକମାତ୍ର ଗ୍ରହ ଯେଉଂଁଠି ଜୀବନ ସମ୍ଭବ ହୋଇପାରିଛି।କିନ୍ତୁ ମଣିଷ ନିଜର ଉନ୍ନତି କରୁ କରୁ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଛି।ଗଛ କାଟିବା,କଳ କାରଖାନାରୁ ନିର୍ଗତ ଧୁଆଂଁ ଓ ଯାନବାହାନ ର ପ୍ରବଳ ବ୍ୟବହାର ଯୋଗୁଂଁ ପରିବେଷ ପ୍ରଦୁଷଣ ବହୁମାତ୍ରା ରେ ବଢିଛି।ପ୍ଲାଷ୍ଟିକ ର ବହୁଳ ବ୍ୟବହାର ହିଂଁ ପରିବେଶ ପ୍ରଦୁଷଣ ର ଅନ୍ୟ ଏକ କାରଣ ହୋଇ ଛିଡାହୋଇଛି।ମୁଖ୍ୟତଂଃ ଜୀବନ ବଂଚିବାକୁ ହେଲେ ସୁସ୍ଥ ବାୟୁ,ସ୍ବଚ୍ଛ ଜଳ,ଏବଂ ବୃକ୍ଷ ର ଆବଶ୍ୟକତା ନିହାତୀ ଜରୁରୀ କିନ୍ତୁ ଆମ ସମାଜ ଏହାକୁ ପ୍ରତି ମୁହୁର୍ତ୍ତରେ ନଷ୍ଟ କରିବାରେ ଲାଗିଛି।
ସରକାରୀ ଓ ବେସରକାରୀ ସ୍ଥର ରେ ଏଥିପ୍ରଥି ଜାଗୁରତା ସୃଷ୍ଟି କରାଯାଉଥିଲେ ହିଂ ତାହା ଯଥେଷ୍ଟ ହେଉନି।ପାଖ ଅତୀତରେ ଆମ ର କେତେ ପଡୋଶୀ ରାଷ୍ଟ୍ର ମାନେ ବୃକ୍ଷ ରୋପଣ କୁ ଶିକ୍ଷା ବ୍ୟବସ୍ଥାରେ ଯୋଡି ନୂଆ ପ୍ରୟାସ ଆରମ୍ଭ କରିଛନ୍ତି।ସ୍ନେହ ରେ ହେଉ ଅବା ଭୟ ଦେଖାଇ ହେଉ ଏଥିପ୍ରତି ଛାତ୍ର ଙ୍କୁ ତାଲିମ ଦିଆଯାଉଛି।
ଆମ ଭାରତ ବର୍ଷ ରେ ବୃକ୍ଷ କୁ ଦେବତା ରୁପରେ ବି ପୁଜା କରାଯାଏ।ପ୍ରତିବର୍ଷ ବିଭିନ୍ନ ବାର୍ତ୍ତା ନେଇ ଏହି ଦିବସ ପାଳନ କରାଯାଉଥିବାବେଳେ ଚଳିତ ବର୍ଷର ବାର୍ତ୍ତା ରହିଛି ‘ବାୟୁ ପ୍ରଦୂଷଣ’।ଦିନକୁ ଦିନ ବାୟୁ ପ୍ରଦୂଷଣର ମାତ୍ରା ବଢିବାରେ ଲାଗିଥିବାରୁ ଚଳିତ ବର୍ଷର ବାର୍ତ୍ତା ‘ବାୟୁ ପ୍ରଦୂଷଣ’ରହିଥିବା କୁହାଯାଉଛି ,ଚଳିତ ବର୍ଷର ଏହି ଆହ୍ବାନ କୁ ନେଇ ଧରିତ୍ରୀ ମାଆ କୁ ‘ବାୟୁ ପ୍ରଦୁଷଣ’ ରୁ ମୁକ୍ତି କରିବାକୁ ପ୍ରୟାସ ଆରମ୍ଭ କରି ସଭିଁଏ ଏକ ହୋଇ ବୃକ୍ଷ ରୋପଣ କରିବା , ପ୍ଲାଷ୍ଟିକ ବ୍ୟବହାର କମ କରିବା ,ବାୟୁ ପ୍ରଦୁଷଣ କିପରି କମ ହେବ ସେତିପ୍ରତି ସଚେତନ ହେବା ଓ ଜଙ୍ଗଲ ସୃଷ୍ଟି କରି ସମସ୍ତ ପଶୁ ,ପକ୍ଷୀ, କୀଟପତଙ୍ଗ କୁ ବିଲୁପ୍ତ ଦ୍ବାରରୁ ରକ୍ଷାକରିବା ସହ ପରିବେଶ ସନ୍ତୁଳନ କିପରି ବଜାଇ ରହିବ ସେଥିପ୍ରତି ଯତ୍ନବାନ ହେବ।
ଜ୍ଞାନ ରଞନ ପଣ୍ଡା,କିଶୋରନଗର,କଟକ ।