ପ୍ରେତ ମାନେ କଣ ଖାଆନ୍ତି ?

ପୂର୍ବକାଳରେ ବିଧୁରଥ ନାମକ ଜଣେ ହେୟ ବଂଶୀ ରାଜା ଥିଲେ ଓ ସେ ପ୍ରତେକ କାର୍ଯ୍ୟରେ ଦକ୍ଷ ଥିଲେ I ଗୋଟେ ଦିନ ରାଜା ବିଧୁରଥ ସେନାଙ୍କ ସହିତ ଜଙ୍ଗଲକୁ ଶିକାର କରିବାକୁ ଗଲେ I ସେ ତାଙ୍କ ଅସ୍ତ୍ର ସାହାଯ୍ୟରେ ବହୁସାରା ପଶୁଙ୍କୁ ମାରିଦେଲେ କିନ୍ତୁ ଏକ ପଶୁ ତାଙ୍କ ତୀରରେ ଘାୟଲ ହୋଇ ମାଟିରେ ନପଡ଼ି ଜୋରରେ ଦୌଡିବାକୁ ଲାଗିଲା ତାପଛେ ପଛେ ରାଜା ମଧ୍ୟ ଦୌଡିବାକୁ ଲାଗିଲେ

I ଏହି ସମୟରେ ରାଜା ଦୌଡ଼ି ଦୌଡ଼ି ଅନ୍ୟ ଏକ ଘଂଚ ଜଙ୍ଗଲରେ ପହଂଚିଗଲେ I ଦୌଡ଼ା ଦଉଡ଼ିରେ ରାଜା ଓ ଘୋଡା ଭୋକ ଶୋଷରେ ବ୍ୟାକୁଳ ହୋଇ ତଳେ ପଡିଗଲେ ଏହି ସମୟରେ ରାଜା ଆକାଶରେ ଭୟଙ୍କର ତିନୋଟି ପ୍ରେତ ଦେଖିଲେ I ତାଙ୍କୁ ଦେଖି ରାଜା ଭୟରେ ଥରିବାକୁ ଲାଗିଲେ ଓ କହିଲେ ତମେ କିଏ ,

ମୁ ଭୋକ ଶୋଷରେ ପୀଡିତ ରାଜା ବିଦୂରତ I ଶିକାର କରିବା ଆଶାରେ ମୁ ଏହି ଜଙ୍ଗଲରେ ପହଁଚିଯାଇଛି I ତାପରେ ସେମାନେ କହିବା ଲାଗିଲେ ଆମେ ପ୍ରେତ ଏହି ଜଙ୍ଗଲରେ ବାସ କରୁଛୁ I ତିନି ପ୍ରେତାଙ୍କ ନାଁ ଥିଲା ମାଂସାଦ ,ବିଦ୍ୟାବତ ଓ କୃତଘ୍ନ ଆମେ ସବୁ ପାପତ୍ମା I ଆମେ ତିନିଜଣ ବ୍ରଦେଶପୁରରେ ଦେବରଥ ନାମକ ବ୍ରାହ୍ମଣ ଘରେ ଉତ୍ପନ ହୋଇଥିଲୁ I ଆମେ ଲାଳସାରେ ପଡି ଧର୍ମଜାତିର ଉଲଂଘନ କରିଛୁ I ଜିଭର ଲାଳସା କାରଣରୁ ସବୁବେଳେ ମାଂସ ଭୋଜନ କଲି
ମୋ କର୍ମ ଅନୁସାରେ ମତେ ମାଂସାଦ ପ୍ରାପ୍ତ ହୋଇଛି I

ଦୁତୀୟ ଜଣକ ଭଗବାନଙ୍କ ପୂଜା ନକରି ଅର୍ଣ୍ଣ ଗ୍ରହଣ କରିଥିବାରୁ ତାର ନାମ ,ବିଦ୍ୟାବତ ରଖାଯାଇଛି I ତୃତୀୟ ଜଣକ ଅନ୍ୟଙ୍କ ସହ ବିଶ୍ୱାସଘାତକ କରିଥିବାରୁ ତାର ନାଁ କୃତଘ୍ନ ରଖାଯାଇଛି

I ଏହା ଶୁଣିବା ପରେ ରାଜା ତାଙ୍କୁ ପଚାରିଲେ ତମେ ଏହି ପୃଥିବୀ ଲୋକରେ କଣ ଖାଅ
ମାଂସାଦ କହିବାକୁ ଲାଗିଲା ଭୋଜନ କରିବା ସମୟରେ ଯେଉଁଠି ସ୍ତ୍ରୀମାନଙ୍କ ଭିତରେ ଝଗଡା ହୋଇଥାଏ ସେଇଠି ପ୍ରେତମାନେ ଭୋଜନ କରିଥାନ୍ତି I ଯେଉଁ ଘରେ ଝାଡୁ ମରାଯାଏନାହିଁ ,ଗୋବରରେ ଘର ଲିପାଯାଇନାହିଁ ,ଅଥିଥି ସତ୍କାର କରାଯାଏନାହିଁ ସେହି ଘରେ ପ୍ରେତମାନେ ଭୋଜନ କରିଥାନ୍ତି I ଯେଉଁ ଘରେ ମନ୍ତ୍ରର ଧ୍ଵନି ଶୁଭାଯାଏନାହିଁ ସେହି ଘରେ ପ୍ରେତମାନେ ଭୋଜନ କରିଥାନ୍ତି I

ଯେଉଁ ମନୁଷ୍ୟ ଅନ୍ୟର ଦୁଃଖ ଦେଖି ଖୁସି ହୋଇଥାଏ ,ବ୍ରାହ୍ମଣ ଘରେ ଜନ୍ମ ନେଇ ମାଂସ ଭୋଜନ କରିଥାଏ ,ବେଦର ନିନ୍ଦା କରିଥାଏ ସେଇଠି ପ୍ରେତ ଆହାର ଭୋଜନ କରିଥାନ୍ତି I ଯେଉଁ ବ୍ୟକ୍ତି ଅନ୍ୟର ଧନକୁ ଲୋଭ କରିଥାଏ ତଥା ପରା ନିଂଦାରେ ସନ୍ତୁଷ୍ଟ ହୋଇଥାଏ ସେଇଠି ପ୍ରେତ ଆହାର ଭୋଜନ କରିଥାନ୍ତି I

Leave a Reply

Your email address will not be published. Required fields are marked *