ପ୍ରେମିକା କହିଲା ମତେ ଭୁଲିଯାଅ ,ପ୍ରେମିକ କହିଲା ମୋ ୮ ବର୍ଷ ର ଭଲପାଇବା ଫେରେଇଦିଅ ମୁଁ ଭୁଲିଯିବି

ପ୍ରେମ ସତ୍ୟ ଏବଂ ସୁନ୍ଦର ,ଯଦି କେହି ହୃଦୟରୁ ଭଲ ପାଉଥାଏ ତେବେ ପ୍ରେମ ପାଇଁ କିଛି କରିପାରେ I ଏବଂ ଯଦି ପ୍ରେମ ରେ ବାସ୍ତବତା ଥାଏ ତେବେ ପ୍ରେମ କେବେ ମରେନି I ଏମିତି ଏକ ପ୍ରେମ ପାଇଁ ଏବେ ପଶ୍ଚିମବଙ୍ଗ ର ଏକ ପ୍ରେମ କାହାଣୀ ସାରା ଭାରତରେ ଚର୍ଚାର ବିଷୟ ପାଲଟିଛି Iସୂଚନା ଅନୁଯାଇ ପଶ୍ଚିମବଙ୍ଗ ର ଅନନ୍ତ ବର୍ମନ ,ଲିପିକା ନାମକ ଜଣେ ଝିଅ ଙ୍କୁ ଭଲ ପାଉଥିଲେ I

ପାଖାପାଖି ୮ ବର୍ଷ ପ୍ରେମ ସମ୍ପର୍କ ଚାଲିଥିବା ବେଳେ ପରିବାର ଲୋକେ ଏହାକୁ ବିରୋଧ କରି ଲିପିକା ଙ୍କ ଅନ୍ୟତ୍ର ବିବାହ କରେଇଦେଇଥିଲେ I ତେବେ ହାରି ନଥିଲେ ଅନନ୍ତ I ପ୍ରେମିକା ଙ୍କ ଘର ସାମ୍ନାରେ ଧାରଣା ରେ ବସିଥିଲେ ପ୍ରେମିକା ଙ୍କୁ ପାଇବାକୁ I କହିଥିଲେ କି ମୋ ୮ ବର୍ଷ ମତେ ଫେରେଇଦିଅ ,ମୁଁ ମୋ ପ୍ରେମକୁ ଭୁଲିଯିବି I

କିଛିଦିନ ଧାରଣା ରେ ବସିବା ପରେ ତାଙ୍କ ଦେହ ଅସୁସ୍ଥ ହେଇଜିବାରୁ ହସ୍ପିଟାଲ ନିଆଯାଇଥିଲା I ତେବେ ୟା ମଧ୍ୟରେ ପ୍ରେମିକା ତାଙ୍କୁ ବିବାହ କରିବାକୁ ଜିଦ ଧରିବାରୁ ଶେଷରେ ପରିବାର ଲୋକେ ତାଙ୍କ କଥାରେ ରାଜି ହେଇ ସେଠାରେ ବିବାହ କରିଥିଲେ I ଘଟଣା ଟି ଏବେ ସବୁଆଡେ ଚର୍ଚାର ବିଷୟ ପାଲଟିଛି I

Leave a Reply

Your email address will not be published. Required fields are marked *