ରୋଷେଇଆରୁ ସାଂସଦ ହେଇଥିବା ପ୍ରମିଳା ଙ୍କୁ ନେଇ ଏବେ ଜାତୀୟ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା

2019 ଲୋକସଭା ନିର୍ବାଚନରେ 78 ମହିଳା ସାଂସଦ ବଛାଯାଇଥିଲେ I ଏହି 78 ମହିଳା ସାଂସଦ ଭିତରେ ରାହୁଲ ଗାନ୍ଧୀଙ୍କୁ ହରାଇଥିବା ସ୍ମୃତି ଇରାଣି ଓ କମ ବୟସର ମହିଳା ସାଂସଦ ଚନ୍ଦ୍ରାଣି ମୁର୍ମୁ ଉପସ୍ଥିତ ଥିଲେ କିନ୍ତୁ ସବୁଠୁ ଚର୍ଚ୍ଚାରେ ଅଛନ୍ତି ଓଡ଼ିଶାର ପ୍ରମିଳା ବିଶୋଇ

ଯିଏ ଅଙ୍ଗନବାଡ଼ି ରୋଷେଇଆରୁ ମହିଳା ସାଂସଦ ବନିଛନ୍ତି ପ୍ରମିଳା ବିଶୋଇ ଅଙ୍ଗନବାଡ଼ିରେ ଖାଇବା ବନାଇବାର କାମ କରିବା ସହ ସେ ମହିଳାମାନଙ୍କ ସ୍ବରଜଗାର ରେ ସହାୟତା ମଧ୍ୟ କରୁଥିଲେ I ବର୍ତ୍ତମାନ ତାଙ୍କୁ 17ତମ ଲୋକସଭାରେ ମହିଳା ସାଂସଦ ଭାବରେ ବଛାଯାଇଛି I ଶାଢ଼ୀ ,ମଥାରେ ଟିକିଲି ,ସ୍ପଷ୍ଟ ଭାବରେ ଦେଖାଯିବାଭଳି ସିନ୍ଦୁର ଓ ନାକରେ ପାରମ୍ପରିକ ଫୁଲ ପିନ୍ଧିଥିବା 70 ବର୍ଷୀୟା ପ୍ରମିଳା ବିଶୋଇ ବିଜୁ ଜନତା ଦଳରେ ଟିକେଟ ପାଇ ଆସ୍କା ଲୋକସଭା ସିଟିରେ ବିଜୟ ହାସଲ କରି ସାଂସଦ ବନିଥିଲେ I ସ୍ଥାନୀୟ ଲୋକେ ତାଙ୍କୁ ସ୍ନେହରେ ପରିମା ବୋଲି ଡାକନ୍ତି I

ଦେଖାଯାଏତ ପ୍ରମିଳାଙ୍କର ବିବାହ 5 ବର୍ଷ ବୟସରେ ହୋଇଥିଲା I ସେଥିପାଇଁ ସେ ଆଗକୁ ପଢ଼ିପାରିଲେ ନାହିଁ I ତାପରେ ପ୍ରମିଳା ଗାଁର ଅଙ୍ଗନବାଡିରେ ରୋଷେଇଆ ଭାବରେ କାମ କରିବା ଆରମ୍ଭ କଲେ I ତାସହ ଗାଁରେ ଏକ ସ୍ୱାସ୍ଥ ସହାୟତା ଗୋଷ୍ଠୀ ଆରମ୍ଭ କଲେ I ଶୀଘ୍ର ସଫଳତା ମିଳିବା କାରଣରୁ ତାଙ୍କୁ ଓଡ଼ିଶାରେ ସ୍ୱୟଂ ସହାୟତା ଗୋଷ୍ଠୀର ମିଶନର ପ୍ରତିନିଧି ବନାଇଦିଆଗଲା I ପ୍ରମିଳା ବିଶୋଇଙ୍କୁ ବିଜେଡି ସରକାର ମହତ୍ୱାକାଂକ୍ଷୀ
ଯୋଜନା ମିଶନ ଶକ୍ତିର ଚେହେରା ବନାଇଦେଲା I ଏହି ଯୋଜନାରେ 70 ଲକ୍ଷ ମହିଳାଙ୍କୁ ଲାଭ ମିଳିଛ

ି I ମିଡ଼ିଆ ଖବର ଅନୁସାରେ ପ୍ରମିଳାଙ୍କ ପତି ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଥିଲେ I ତାଙ୍କ ବଡ ପୁଅ ଚା ଦୋକାନ ଚଳାନ୍ତି I ଛୋଟ ପୁଅ ରଞ୍ଜନ ଗାଡି ଦୋକାନ ଚଳାନ୍ତି I ପ୍ରମିଳା ବିଶୋଇ ତୃତୀୟ କ୍ଲାସ ପର୍ଯ୍ୟନ୍ତ ପଢ଼ିଛନ୍ତି I ସେ କୁହନ୍ତି ମୁ ଗର୍ବର ସହ ସଂସଦରେ ମୋ ନିଜ ଓଡ଼ିଆ ମାତୃଭାଷାରେ କହିବି I

Leave a Reply

Your email address will not be published. Required fields are marked *