୮୪ ଦିନ ପରେ ଟ୍ରକରେ ଆସିଲା ୩୦୦ ଟନର ବିଶାଳ ମହାବିଷ୍ଣୁଙ୍କ ପ୍ରତିମା

କର୍ଣାଟକ ର କୋଠାନ୍ଦ୍ରସ୍ଵାମୀ ମନ୍ଦିର ପରିସର ରେ ଖୁବ୍ ଶୀଘ୍ର ବିଷ୍ଣୁ ଙ୍କ ର ଏକ ବିଶାଳ ପ୍ରତିମା ସ୍ଥାପନ କରାଯିବ। ମୂର୍ତ୍ତି ର ଓଜନ ୩୦୦ ଟନ ରହିଥିବା ବେଳେ ଏହାର ଉଚ୍ଚତା ୬୪ ଫୁଟ ରହିଛି। ଏହି ମୂର୍ତ୍ତି କୁ ଉଠାଇ ପରିବହନ କରିବ ଅତ୍ୟନ୍ତ କଷ୍ଟକର ଥିଲା । କୁହାଯାଏ ଯେ ସ୍ଥାନୀୟ କୋରକୋଟାଇ ଗାଆଁ ର ଏକ ପାହାଡ କୁ କଟାଯାଇ ଏହି ବିଶାଳ ମୂର୍ତ୍ତି ପ୍ରସ୍ତୁତ କରାଯାଇଥିଲା। ବିଶ୍ଵରୂପ ମହା ବିଷ୍ଣୁ ରୂପ ରେ ପରିଚିତ ଏତେ ବିଶାଳ ମୂର୍ତ୍ତି କୁ ମନ୍ଦିର ପରିସର କୁ ନେବା ପାଇଁ ପ୍ରୟାସ କରାଯାଇଥିଲା। କିନ୍ତୁ ମୂର୍ତ୍ତି ଅତ୍ୟନ୍ତ ବିଶାଳ ହୋଇଥିବାରୁ ତାହାକୁ ମନ୍ଦିର ପରିସର କୁ ନେବା ସହଜସାଧ୍ୟ ହୋଇପାରିନଥିଲା।

ଏହି ମୂର୍ତ୍ତି କୁ ମନ୍ଦିର ପରିସରକୁ ୨୪୦ ଟି ଚକ ଥିବା ଟ୍ରକ୍ ମାଧ୍ୟମ ରେ ଅଣାଯାଇଥିଲା ଯାହାକି ୫୦ ଦିନ ସମୟ ଲାଗିବ ବୋଲି ୨୦୧୮ ମସିହା ଡିସେମ୍ବର ମାସ ରେ ମନ୍ଦିର କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଏହି ମୂର୍ତ୍ତି ର ଅତ୍ୟଧିକ ଓଜନ ଯୋଗୁ ଏହା ପହଞ୍ଚିବା ପାଇଁ ପ୍ରାୟ ୮୪ ଦିନ ସମୟ ଲାଗିଛି।ତେବେ ପରିଶେଷ ରେ ଏତେ ଅସୁବିଧା ସତ୍ତ୍ଵେ ବି ମୂର୍ତ୍ତି ଟି ମନ୍ଦିର ସାମ୍ନା ରେ ଆସି ପହଞ୍ଚିଜାଇଛି।

Leave a Reply

Your email address will not be published. Required fields are marked *