50ଘଣ୍ଟା ପରେ ମଧ୍ୟ ଏଏନ 32 ବିମାନ ପତ୍ତା ମିଳୁନି ,ଅନ୍ଧାରରେ 13 ଜଣଙ୍କ ଜୀବନ

ନୂଆ ଦିଲ୍ଲୀ : ଭାରତୀୟ ବାୟୁସେନାର ଏ.ଏନ 32 ବିମାନର ତଲାସ ଅଭିଯାନ ଏପର୍ଯ୍ୟନ୍ତ ଚାଲିଛି I ଏ.ଏନ 32 ବିମାନର ହଜିବା 48 ଘଣ୍ଟା ହେବା ପରେ ମଧ୍ୟ ତା ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରିନାହିଁ I ତଲାଶ ଅଭିଯାନରେ ବଡ ସଂଖ୍ୟାରେ ବିମାନ ,ହେଲିକ୍ୟାପ୍ଟର ,ସେନା ଲଗାଯାଇଛି I ହଜିଯାଇଥିବା ବିମାନର ସୂଚନା ପାଇବା ପାଇଁ ଉପଗ୍ରହ ଜରିଆରେ ନିଆଯାଇଥିବା ଛବିରଭି ସାହାଯ୍ୟ ନିଆଯାଉଛି I ଅଧିକାରୀଙ୍କ କହିବା ଅନୁସାରେ ହଜିଯାଇଥିବା ବିମାନର ପତା ଲଗାଇବା ପାଇଁ ଏମଆଇ-17 ,ସ୍ଥଳ ସେନାର ଏଏଲଏଚ ହେଲିକ୍ୟାପ୍ଟର ସହ ସି130ଯେ ,ଏଏନେ 32 ଓ ଅତ୍ୟାଧୁନିକ ଲେନସେ ବିମାନ ରେ ସକ୍ଷମ ଭାରତୀୟ ସେନାଙ୍କୁ ବିସ୍ତାର କରାଯାଇଛି I ଖବର ଅନୁସାରେ ଏଏନ 32 ବିମାନ ଷୋମବାର ଦିନ ଅରୁଣାଚଳ ପ୍ରଦେଶର ଘଂଚ ଜଙ୍ଗଲରେ ଥିବା ମଞ୍ଚୁକାରେ ହଜିଯାଇଛି I ହଜିଯାଇଥିବା ବିମାନ ଷୋମବାର ଦିନ ଆସାମର ଜୋରହାଟରୁ ଚିନିର ସୀମା ପାଖରେ ଥିବା ମଞ୍ଚୁକା ଯାଉଥିଲା I ଷୋମବାର ଦିପହରରେ ଉଡିବା ପରେ ପାଖାପାଖି 33 ମିନିଟି ପରେ ବିମାନ ହଜିଯାଇଥିଲା I ବାୟୁ ସେନା କହିବା ଅନୁସାରେ ସେହି ବିମାନରେ ୮ଜଣ ସଦସ୍ୟ ଓ ପାଞ୍ଚଜଣ ଯାତ୍ରୀ ଥିଲେ I ଏହାକୁ ଖୋଜିବା ପାଇଁ ବୋଇଙ୍ଗୀ ଦ୍ୱାରା ନିର୍ମିତ ପି8ଆଇ ବିମାନର ସାହାଯ୍ୟ ନିଆଯିବ I ପି8ଆଇ ବିମାନରେ ବହୁତ ସିନ୍ଥେଟିକି ଉପଚାର ଅଛି ଯାହାକୁ ବ୍ୟବହାର କରି ହଜିଯାଇଥିବା ବିମାନର ପତ୍ତା ଲଗାଯାଇପାରିବ I

Leave a Reply

Your email address will not be published. Required fields are marked *