ଉନାଵରେ ନାବାଳିକା ଗ୍ୟାଙ୍ଗରେପ୍ ରେ ସାମିଲ ଥିବା ଆରୋପିଙ୍କୁ ଜେଲ ରେ ଭେଟିଲେ ସାକ୍ଷୀ ମହାରାଜ

ବିଜେପିର ସ୍ଲୋଗାନ ହେଉଛି ଝିଅ ବଞ୍ଚାଅ ଝିଅ ପଢାଅ କିନ୍ତୁ ସାକ୍ଷୀ ମହାରାଜ ଏମିତି କିଛି କଲେ ଯେଉଁଥିରେ ବିଜେପିର ସ୍ଲୋଗାନ ଉପରେ ପ୍ରଶ୍ନ ଉଠିବାକୁ ଲାଗିଲା I ଉନାଵରେ ସାଂସଦ ଵନିବା ପରେ ସାକ୍ଷୀ ମହାରାଜଙ୍କର ସବୁଠୁ ପ୍ରଥମେ ମନେପଡ଼ିଲା ବଳତ୍କାର କରିଥିବା ଆରୋପିର କଥା I ଉନାଵରେ ନାବାଳିକା ଗ୍ୟାଙ୍ଗରେଫେ ଘଟଣାରେ ଫସିଛନ୍ତି ବିଜେପି ବିଧାୟକ କୁଲଦୀପ ସଂଙ୍ଗେର I ବହୁତ ହଙ୍ଗାମା କରିବା ପରେ ବିଜେପି ବିଧାୟକ କୁଲଦୀପ ସଂଙ୍ଗେରଙ୍କୁ ଗିରଫ କରାଯାଇଛି I ସଂଙ୍ଗେରକୁ ଗିରଫ କଲାପରେ ସୀତାପୁରୁ ଜେଲେରେ ରଖାଯାଇଛି
ଖବର ଅନୁସାରେ ସାକ୍ଷୀ ମହାରାଜ ସଂଙ୍ଗେରକୁ ଭେଟିବା ପାଇଁ ଜେଲେରେ ଆସି ପହଂଚିଛନ୍ତି I ଜେଲେରେ ଦୁଇଜଣଙ୍କ ଭିତରେ ବହୁ ସମୟ ଧରି ସାକ୍ଷାତ ଚାଲିଲା ଏହି ସାକ୍ଷାତକାର ପାଇଁ ଜିଲ୍ଲା ପ୍ରଶାସନ ରେଡ କାର୍ପେଟ ବିଛାଇଥିଲେ I କାଲି ଜେଲେରେ ସାକ୍ଷାତକାରର ଦିନ ନଥିଲା କିନ୍ତୁ ଜେଲ ପ୍ରଶାସନ ସାଂସଦ ପାଇଁ ଜେଲେର କବାଟ ଖୋଲାରଖିଥିଲେ ତାକି ସେ ଜେଲେରେ ବନ୍ଦ ଥିବା ଆରୋପିକୁ ଭେଟିପାରିବେ I

Leave a Reply

Your email address will not be published. Required fields are marked *