ଜଗନ୍ନାଥଙ୍କ ଅଧା ତିଆରି ମୂର୍ତି ପଛର ରହସ୍ୟ

ମଧ୍ୟଭାରତରେ ଇନ୍ଦ୍ରଦେବ ନାମକ ଜଣେ ରାଜା ଥିଲେ ସେ ଭଗବବନ ବିଷ୍ଣୁଙ୍କ ବହୁତ ବଡ ଭକ୍ତ ଥିଲେ I ସେ ଭଗବାନ ବିଷ୍ଣୁଙ୍କ ଦର୍ଶନ ପାଇବା ପାଇଁ ବହୁତ ଇଛୁକ ଥିଲେ I ଦିନେ ଜଣେ ରୁଷି ବୁଲି ବୁଲି ତାଙ୍କ ରାଜମହଲରେ ଉପସ୍ଥିତ ହେଲେ ଓ କହିଲେ ରାଜନ ଓଡ଼ିଶାରେ ଭଗବାନ ବିଷ୍ଣୁଙ୍କ ଭବ୍ୟରୂପ ନୀଳମାଧଵଙ୍କୁ ପୂଜା କରାଯାଏ I

ତାହା କୋଉ ଜାଗାରେ ଅବସ୍ତିତ ଆପଣଙ୍କୁ ସନ୍ଧାନ କରିବାକୁ ପଡିବ I ରାଜା ବିଦ୍ୟାପତିକୁ ଆଦେଶ ଦେଲେକି ତୁରନ୍ତ ଯାଇ ଓଡ଼ିଶାରେ ନୀଳମାଧଵଙ୍କୁ ଖୋଜିବାକୁ I ବିଦ୍ୟାପତି ବହୁଦିନ କଠିନ ପରିଶ୍ରମ ପରେ ଓଡ଼ିଶାରେ ପହଁଚିଲେ I ବିଦ୍ୟାଧର ଗୁପ୍ତଚରମାନଙ୍କ ଦ୍ୱାରା ଜାଣିବାକୁ ପାଇଲେକି ସବର ମାନଙ୍କ ମୁଖିଆ ବିଷୁରାଶି ପ୍ରତିଦିନ ଲୁଚି ଲୁଚି ନୀଳମାଧବଙ୍କୁ ଦର୍ଶନ କରୁଛନ୍ତି I ବିଦ୍ୟାପତି ତାଙ୍କୁ ସେ ଜାଗା ଦେଖେଇବା ପାଇଁ କହିଲେ କିନ୍ତୁ ବିଷୁରାଶି ମନାକରିଦେଲେ I ବିଦ୍ୟାପତି ନିଷ୍ପତି ନେଲେକି ଆଉ କିଛି ଦିନ ସେ ଗାଁରେ ରହିବା ପାଇଁ I କିଛି ଦିନ ପରେ ବିଦ୍ୟାପତିଙ୍କୁ ବିଷୁରାଶିଙ୍କ ଝିଅ ସହ ପ୍ରେମ ହୋଇଗଲା ଓ ସେ ତାଙ୍କୁ ବିବାହ ମଧ୍ୟ କରିଥିଲେ I

କିଛିଦିନ ଗଲା ପରେ ବିଦ୍ୟାପତି ତାଙ୍କସ୍ତ୍ରୀଙ୍କୁ କହିଲେ ତାଙ୍କ ବାପାଙ୍କୁ କହି ମତେ ଗୋଟେ ଥର ସେହି ଜାଗା ଦର୍ଶନ କରାଇଦେବେ I ନିଜ ଝିଅର ଜିଦି ଦେଖି ବିଷୁରାଶି ମାନିଗଲେ କିନ୍ତୁ ସର୍ତ୍ତ ରଖିଲେକି ସେହି ଜାଗାକୁ ଯିବା ସମୟରେ ତାଙ୍କ ଆଖିରେ କଳାପଟି ବନ୍ଧାଯିବ I ବିଦ୍ୟାପତି ଚାଲାଖି କରି ନିଜ ସହିତ କିଛି ସୋରିଷର ଦାନା ନେଇଯାଇଥିଲେ ଏବଂ ଗୁପ୍ତ ବାଟକୁ ମନେରଖିବା ପାଇଁ ସୋରିଷର ଦାନା ରାସ୍ତା ସାରା ପକାଇଚାଲିଲେ I

ଗୁପ୍ତରେଖାରେ ପହଂଚିବାପରେ ସେ ଯେତେବେଳେ ଆଖିରୁ କଳାପଟି ବାହାର କଲେ ସେତେବେଳେ ସେ ନୀଳମାଧଵଙ୍କ ପ୍ରତିଭାକୁ ଦେଖି କିଛି ସମୟ ପାଇଁ ସ୍ଥିର ହୋଇ ଚାହିଁରହିଲେ I ସେଠାରୁ ଫେରି ବିଦ୍ୟାପତି ରାଜାଙ୍କୁ ସବୁକଥା ଜଣାଇଲେ I ରାଜା ନୀଳମାଧଵଙ୍କ ଦର୍ଶନ କରିବା ପାଇଁ ସେଠାକୁ ଯିବାକୁ ନିଷ୍ପତି କଲେ I ରାଜା ଯେତେବେଳେ ସେହି ଗୁମ୍ଫାରେ ପହଁଚିଲେ ସେଠାରେ କିଛି ଦେଖିବାକୁ ପାଇଲେ ନାହିଁ ନୀଳମାଧଵ ଅନ୍ତର୍ଧ୍ୟାନ ହୋଇସାରିଥିଲେ I ରାଜ ଦୁଃଖ କରି ରାଜମହଲକୁ ଖାଲି ହାତରେ ଫେରିଆସିଲେ I ରାତିରେ ଦେବଲୋକରୁ ତାଙ୍କ ପାଇଁ ସ୍ବପ୍ନ ରୂପରେ ସନ୍ଦେଶ ଆସିଥିଲା ସେ ପୁରୀ ଯାଆନ୍ତୁ ଗୋଟେ କାଠଗଣ୍ଡିକୁ ସମୁଦ୍ରକୂଳରୁ ଉଦ୍ଧାର କରନ୍ତୁ ଯାହା ଢେଉରେ ଭାସୁଥିବ I

ରାଜା ତାଙ୍କ ସେନାଙ୍କୁ ଆଦେଶ ଦେଲେକି ପାଣିରେ ଭାସୁଥିବା କାଠଗଣ୍ଡିକୁ ଆଣିବା ପାଇଁ କିନ୍ତୁ ସେନାଙ୍କ ବହୁ ଚେଷ୍ଟା ପରେ ମଧ୍ୟ କାଠଗଣ୍ଡିକୁ କେହି ଉଠାଇପାରିଲେ ନାହିଁ I ଇନ୍ଦ୍ରଦେବ ବୁଝିଗଲେକି ସେହି କାଠଗଣ୍ଡିକୁ କେବଳ ବିଶୁବାଶହିଁ ଏହି କାଠଗଣ୍ଡିକୁ ଉଠାଇପାରିବ I ସେନାମାନେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବିଶୁବାଷ ଏକା କାଠଗଣ୍ଡିକୁ ଉଠାଇ ରାଜମହଲକୁ ନେଇଆସିଲେ ସେଠାରେ ତାଙ୍କ ଛବିକୁ କେହି ପରଖି ପାରିଲେ ନାହିଁ I ଦେବତାଙ୍କର ଶିଳ୍ପିକାର ବିଶ୍ୱକର୍ମା ବୃଦ୍ଧ ବଢେଇଙ୍କ ରୂପରେ ପ୍ରକଟ ହେଲେ ରାଜାଙ୍କୁ ଭରସା ଦେଲେ ସେ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତିକୁ ନିର୍ମାଣ କରିପାରିବେ Iସେ ସର୍ତ୍ତ ରଖିଲେକି ବିଷ୍ଣୁଙ୍କ ନିର୍ମାଣ 21 ଦିନରେ କରିବେ ଓ ଏକା ତିଆରି କରିବେ I

ମୂର୍ତି ନିର୍ମାଣ ସମୟରେ ତାଙ୍କୁ ଯେମିତି କେହି ନଦେଖନ୍ତି ରାଜା ତୁରନ୍ତ ଏହି ସର୍ତ୍ତ ମାନିନେଲେ I ଲୋକଙ୍କୁ ଖାଲି ଆରୀ ଛେନୀ ,ହାତୁଡିର ଶବ୍ଦ ଶୁଣାଯାଉଥିଲା କିଂନ୍ତୁ ପନ୍ଦର ଦିନ ପରେ ରାଜାଙ୍କ ସ୍ତ୍ରୀ ଗୁଣ୍ଡିଚା କୌଣସି ଶବ୍ଦ ଶୁଣିବାକୁ ପିଏଲଏ ନାହିଁ ସେତେବେଳ ସେ ନିଜକୁ ଅଟକାଇ ପାରିଲେନି ସେ ଭାବିଲେ ବୁଢା କାରିଗର ବୋଧେ ଭୋକ ଉପାସରେ ମରିଯାଇଥିବ ତେଣୁ ଗୁଣ୍ଡିଚା ରାଜାଙ୍କୁ କବାଟ ଖୋଲିବା ପାଇଁ ଜିଦି କଲେ I

କବାଟ ଖୋଲି ଦେଖିଲା ପରେ ବୁଢା କାରିଗରୀ ଜଣକ ଅଦୃଶ୍ୟ ହୋଇଯାଇଛନ୍ତି ସେଠାରେ ତିନଟି ଅଧା ତିଆରି ମୂର୍ତି ଛାଡିଯାଇଛନ୍ତି I ଆଜି ସେହି ଅଧା ତିଆରି ମୂର୍ତି ହେଉଛି ଜଗନାଥ ,ବଡଭାଇ ବଳଭଦ୍ର ଓ ସାନ ଭଉଣୀ ସୁଭଦ୍ରା ରୂପରେ ପୁରୀ ବଡ ମନ୍ଦିରରେ ପୂଜା ପାଉଛନ୍ତି I ଏହା ଥିଲା ଭଗବାନ ଜଗନ୍ନାଥଙ୍କ ଅଧା ତିଆରି ମୂର୍ତି ପଛର କାହାଣୀ I

Leave a Reply

Your email address will not be published. Required fields are marked *