ଭାରତରେ ନା ଶୁଦ୍ଧ ପାଣି ଅଛି ନା ଶୁଦ୍ଧ ବାୟୁ ,ପ୍ରଦୂଷଣ କଣ ବୁଝିପାରୁନାହାନ୍ତି : ଡୋନାଲ୍ଡ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜଳବାୟୁ ପରିବର୍ତନର ଇସୁକୁ ନେଇ ଭାରତ ,ଚିନି ଓ ରୁଷ ବିଷୟରେ ଆଲୋଚନା କରିଛନ୍ତି I ଟ୍ରମ୍ପଙ୍କ କହିବା ଅନୁସାରେ ଭାରତ ,ଚିନି ଓ ରୁଷ ଭଳି ଦେଶରେ ଶୁଦ୍ଧ ବାୟୁ ଓ ପାଣି ନାହିଁ Iବିଶ୍ୱ ପରିବେଶକୁ ନେଇ ଏହି ଦେଶମାନେ ନା କୌଣସି ଦାଇତ୍ୱ ପାଳନ କରୁଛନ୍ତି ନା ଏହି ଦେଶମାନଙ୍କର ଦାଇତ୍ୱ ପ୍ରତି କୌଣସି ଚିନ୍ତା ଅଛି I ଏହି ଦେଶମାନଙ୍କରେ ପ୍ରଦୂଷଣ ଓ ସଫାକୁ ନେଇ କୌଣସି ଚିନ୍ତାଧାରା ନାହିଁ I ଟ୍ରମ୍ପ କହିଲେ ଆମେରିକା ଦୁନିଆରେ ସବୁଠୁ ସ୍ୱଚ୍ଛଦେଶ ଭିତରେ ଅନ୍ୟତମ I

ଏହା ତଥ୍ୟ ଜରିଆରେ ପ୍ରମାଣିତ ହୋଇଛି I
ଭାରତ ,ଚିନି ଓ ରୁଷ ଭଳି ଦେଶରେ ସ୍ୱଚ୍ଛତା ଓ ପ୍ରଦୂଷଣ ବିଷୟରେ ବୁଝିବା ଶକ୍ତି ନାହିଁ I ଆଉ ମଧ୍ୟ କହିଲେ ଭାରତ ସହ ଅନେକ ଦେଶରେ ନା ସଫା ବାୟୁ ଅଛି ନା ସଫା ପାଣି ଅଛି I ଯଦି ଆପଣ କିଛି ସହରକୁ ଯିବେ ସେଠାରେ ଆପଣ ମାନେ ଠିକୀ ଭାବରେ ନିଶ୍ୱାସ ନେଇପାରିବେ ନାହିଁ I

Leave a Reply

Your email address will not be published. Required fields are marked *