ମାତ୍ର ଏକ ଗ୍ଲାସ ଏହାକୁ ପିଇବା ଦ୍ୱାରା ଜୀବନ ସାରା କେଭେଁବି କୋଷ୍ଠକାଠିନ୍ୟ ହେବ ନାହିଁ

ପେଟ ଠିକ ଭାବରେ ସଫା ନହେବା ଏଭଳି ଏକ ସମସ୍ୟା ଯାହାକୁ ଅଧିକାଂଶ ଲୋକ ଗମ୍ଭୀରତାକୁ ନିଅନ୍ତି ନାହିଁ I
ଯେଉଁଦିନ ପେଟ ଠିକ ଭାବରେ ସଫା ହୋଇନଥାଏ ସେଦିନ ଅଧିକ ରୋଗ ଉତ୍ପନ ହୋଇଥାଏ I ଏହାର କାରଣ ହେଉଛି ଆମ ଶରୀରରୁ ବାହାରୁଥିବା ମଳରେ ବହୁଶାରା ବ୍ୟାକ୍ଟେରିଆ ,ଟକ୍ସିକି ଉପସ୍ଥିତ ଯାହା ଶରୀରରୁ ଠିକ ସମୟରେ ବାହାରିବା ନିହାତି ଆବଶ୍ୟକ ହୋଇଥାଏ I ମର୍ଡନ ବିଜ୍ଞାନ ଅନୁସାରେ ଆମର ପେଟ ସପ୍ତାହକୁ ତିନିଥର ସଫା ହେବା ନିହାତି ଦରକାର ଓ ଅନ୍ୟପଟେ ଆୟୁର୍ବେଦ ନଜରରେ ଦେଖାଯାଏତ 24 ଘଣ୍ଟା ଭିତରେ ଆମର ପେଟ ସଫା ହେବା ନିହାତି ଦରକାର I

ଯଦି ଆମର ଶରୀରରୁ ଦୁଇ ବା ତିନିଦିନ ଭିତରେ ପଚା ଖାଦ୍ୟ ବାହାରକୁ ନଆସେ ତାହେଲେ ତାକୁ କୋଷ୍ଠକାଠିନ୍ୟ କୁହାଯାଏ I କୋଷ୍ଠକାଠିନ୍ୟ ହେବା କାରଣରୁ ଛାତି ପୋଡିବା ,ଏସିଡ଼ିଟି ,ଗ୍ୟାସ ଓ ଶରୀରରେ ଭାରୀପଣ ଦେଖାଦେଇଥାଏ I ଏହା ବାରମ୍ବାର ହେଲେ ଶରୀରରେ ପାଇଲିସ ,ଫିସର ,ପାଚନ ,ପେଟ ସହ ଜଡିତ ଅନ୍ୟ ରୋଗ ହେବାର ସମ୍ଭାବନା ଥାଏ I ଏହାର ଖରାପ ପ୍ରଭାବ ଆମ ବାଳ ,ତ୍ୱଚା ଓ ବୁଦ୍ଧି ଉପରେ ମଧ୍ୟ ପଡିଥାଏ I

ଘରୋଇ ଉପଚାର ବ୍ୟବହାର କରି ଏହାକୁ ଦୂର କରିବାର ସଠିକ ଉପାୟ I ପ୍ରଥମ ହେଉଛି ଅଞ୍ଜିରୀ ଓ କିସିମିସି ପାଣି
ପ୍ରତିଦିନ ଗୋଟେ ଅଞ୍ଜିରୀ ଓ 5-6 ଟି କିସିମିସିକୁ ଏକ କପ ପାଣିରେ 4-5 ଘଣ୍ଟା ପାଇଁ ବୁଡା଼ଇକି ରଖନ୍ତୁ ଓ ସକାଳେ କିମ୍ବା ରାତିରେ ଏହାର ପାଣିକୁ ସେବନ କରନ୍ତୁ I ଦୁତୀୟ ହେଉଛି ଦେଶୀ ଘିଅ ଶରୀରରେ ପାଣିର ମାତ୍ରା କମ ହେବାରୁ ପେଟ ଭିତରେ ଭୋଜନ ବହୁତ ଧୀରେ ଧୀରେ ଆଗକୁ ବଢିଥାଏ I ଯେତେ ସମୟ ଭୋଜନ ଶରୀର ଭିତରେ ବିତାଇଥାଏ ସେତେ ସମୟ ପାଣି ଶରୀର ଭିତରେ କମ ହେବାକୁ ଲାଗିଥାଏ I

ଶେଷରେ ଭୋଜନ ଯେତେବେଳେ ମଳରେ ପରିଣତ ହୋଇଯାଏ ସେତେବେଳେ ତାହା ବହୁତ ଶୁଖିଲା ଓ ଶକ୍ତ
ହୋଇଯାଇଥାଏ I ଦେଶୀ ଗାଈର ଘିଅ ଆମ ଶରୀରରେ ଏକ ଲୁବ୍ରିକ୍ୟାଣ୍ଟ ଭଳି କାମ କରିଥାଏ ଯାହା ଫଳରେ ଏହା ପେଟ ସଫା କରିବାରେ ବହୁତ ଭଲ କାମ କରିଥାଏ I ତୃତୀୟ ହେଉଛି ଆରଣ୍ଡି ତେଲ ଏହାର ବ୍ୟବହାର କମସେ କମ ସପ୍ତାହରେ ତିନିଥର କରିବା ନିହାତି ଆବଶ୍ୟକ I ରାତି ସମୟରେ ଏକ କପ ଗରମ ପାଣିରେ ଏକ ଚାମଚ ଆରଣ୍ଡି ତେଲ ମିଶାଇ ସେବନ କରିବା ଦ୍ୱାରା ପେଟର ସମସ୍ୟା ଦୂର ହୋଇଥାଏ I

ଏହା ଶରୀରରେ ଦୁତୀୟ ଥର ନହେବା ପାଇଁ ଫିଜିକାଲ ଆକ୍ଟିଭିଟି କରିବା ନିହାତି ଜରୁରୀ ହୋଇଥାଏ I ସକାଳେ କିମ୍ବା ସନ୍ଧ୍ୟା ସମୟରେ ଏକ୍ସରସାଇଜି ବା ଦୌଡ଼ାର ଆବଶ୍ୟକତା ନିହାତି କରିବାକୁ ପଡିଥାଏ I ଅଧିକରୁ ଅଧିକ ପାଣି ପିଇବା ଦ୍ୱାରା ଏହି ରୋଗ ନହେବାର ସମ୍ଭାବନା ଅଧିକ ଥାଏ I ଦିନସାରା କମେସ କମ 2.5-3 ଲିଟର ପାଣି ପିଇବା ଦରକାର I ଭରପୁର ମାତ୍ରାରେ ପାଣି ପିଇବା ଦ୍ୱାରା ପାଚନ ପ୍ରକିୟା ଠିକ ଭାବରେ ସନ୍ତୁଳନ ହୋଇଥାଏ I ଭୋଜନ ଠିକ ସମୟ ଓ ଠିକ ତରିକାରେ କରିବା ଦ୍ୱାରା ଏହି ରୋଗ ଦୂର ହୋଇଥାଏ I ଟଏଲେଟ ଠିକ ସମୟରେ କରିବା ଦରକାର I

Leave a Reply

Your email address will not be published. Required fields are marked *