ଆବର୍ଜନା କୁଣ୍ଡ ରେ ପରିଣତ ହେଲାଣି ଏଭରେଷ୍ଟ ଶୃଙ୍ଗ:ସଫେଇ ରେ ମିଳିଲା ୪ ଶବ ଓ ୧୧ଟନ୍ ଆବର୍ଜନା

ଦୁନିଆ ର ସବୁଠାରୁ ଉଚ୍ଚତମ ଶୃଙ୍ଗ ଭାବରେ ଖ୍ୟାତି ଲାଭ କରିଥିବା ଏଭରେଷ୍ଟ ଶୃଙ୍ଗ ଏବେ ପାଲଟିଛି ଡମ୍ପିଂ ୟାଡ। ନେପାଳ ସରକାର ଙ୍କ ମାତ୍ର ଦୁଇମାସ ର ସଫେଇ ଅଭିଯାନ ରେ ବାହାରିଛି ୧୧ ଟନ୍ ର ଆବର୍ଜନା ଏବଂ ୪ଟି ଶବ।

ନେପାଳ ସେନା ର ହେଲିକପ୍ଟର ସାହାଯ୍ୟେ ଏହି ଏକତ୍ରିତ ଆବର୍ଜନା କୁ ସେଠାରୁ ଅଣା ଯାଇଥିଲା। ଆବର୍ଜନା ର ସମୀକ୍ଷା ରୁ ଜଣା ପଡିଥିଲା କି ସେଥିରେ ପ୍ଲାଷ୍ଟିକ ସାମଗ୍ରୀ,ବ୍ୟାଟେରୀ,ଖାଦ୍ୟ ସାମଗ୍ରୀ,ମଣିଷ ର ମଳ ଆଦି ସାମଗ୍ରୀ ମିଳିଥିଲା।

ଏହି ଆବର୍ଜନା ଗୁଡ଼ିକୁ ପୁନାର୍ଚକ୍ରଣ କରିବାକୁ କିଛି ସଂସ୍ଥା କୁ ଦିଆ ଯାଇଛି ଏବଂ କିପରି ଏଭରେଷ୍ଟ କୁ ଆବର୍ଜନା ମୁକ୍ତ ରଖାଯିବ ସେ ନେଇ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *