ଇନ୍ଦିରା ଗାନ୍ଧୀଙ୍କ ମୂର୍ତିରେ ପିନ୍ଧେଇଦେଲେ ବୁର୍ଖା ଆଉ ତାପରେ ..

ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖାରି ମହଲ ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା I ସୂଚନା ଅନୁଯାଇ ଏଠାରେ ଥିବା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମୂର୍ତିରେ କେହି ଦୁର୍ବୁତ ମୂର୍ତିରେ ବୁର୍ଖା ପିନ୍ଧାଇଦେଇଥିଲେ ଏହି ଖବର କଂଗ୍ରସର କାର୍ଯ୍ୟକର୍ତାଙ୍କୁ ମିଳିଲା ବହୁ ସଂଖ୍ୟାରେ କଂଗ୍ରେସ କାର୍ଯ୍ୟକର୍ତା ଏକାଠି ହୋଇ ହଂଗାମା କରିବାକୁ ଲାଗିଲେ I
ପୋଲିସ ଘଟଣାସ୍ଥଳରେ ପହଂଚି ଇନ୍ଦିରାଗାନ୍ଧୀଙ୍କ ମୂର୍ତ୍ତିରୁ ବୁର୍ଖା ହଟାଇ ମାମଲାକୁ ଶାନ୍ତ କଲେ ଓ ଅପରାଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଭରସା ଦେଲେ I

ଖବର ଅନୁସାରେ ସୋମବାର ସକାଳେ ଯେତେବେଳେ ଲୋକ ମର୍ନିଙ୍ଗି ୱାର୍କରେ ବାହାରିଥିଲେ ସେମାନେ ଦେଖିଲେକି ଇନ୍ଦିରାଗାନ୍ଧୀ ପାର୍କରେ ଇନ୍ଦିରାଗାନ୍ଧୀ ପ୍ରତିମାର ଚେହେରାକୁ କଳା କପଡାରେ ଢାଙ୍କିଦେଇଛନ୍ତି I ଏହି ଖବର ସେହି ଅଞ୍ଚଳରେ ଭାଇରାଲ ହେବାକୁ ଲାଗିଲାI ତାପରେ ସେଠାରେ କଂଗ୍ରେସ କାର୍ଯ୍ୟକର୍ତା ଓ ଲୋକ ଏକତ୍ରିତ ହୋଇ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ବିରୋଧରେ ସ୍ଲୋଗାନ ଦେବାକୁ ଲାଗିଲେ I ଘଟଣାସ୍ଥଳରେ ପୋଲିସ ପହଂଚି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ବୋଲି ଭରସା ଦେଇଛି I

Leave a Reply

Your email address will not be published. Required fields are marked *