ଓଡିଶା ସାଂସଦ ଭର୍ତ୍ତୃହରି ହେଇପାରିବେନି ଉପ ବାଚସ୍ପତି ,କଣ୍ଟା ହେଇ ଠିଆ ହେଲା ଶିବସେନା

କେନ୍ଦ୍ର ରେ ନୂତନ ମନ୍ତ୍ରୀମଣ୍ଡଳ ପରେ ଏବେ ସାଧାରଣତଃ ଚର୍ଚ୍ଚା ଚାଲିଛି କି ଉପ ବାଚସ୍ପତି ପଦ ଓଡ଼ିଶାର ସାଂସଦ ଭର୍ତ୍ତୃହରି ମହତାବ ଙ୍କୁ ମିଳିବ I ଏହି ପଦକୁ ସାଧାରଣତଃ ବିରୋଧୀ ଦଳକୁ ଦିଆଯାଉଥିଲେ ମଧ୍ୟ ପୂର୍ବ ଥର ଏହା ବଦଳିଯାଇଥିଲା I ତେଣୁ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହେଇଥିବା ବିଜେଡି ସାଂସଦ ଭର୍ତ୍ତୃହରି ଏଥରକ ଉପବାଚସ୍ପତି ହେବେ ବୋଲି ଚର୍ଚ୍ଚା ହେଉଛି ,କିନ୍ତୁ ଏଥିରେ ବାଧକ ସାଜିଛନ୍ତି ଶିବସେନା ରାଜ୍ୟସଭା ସାଂସଦ ସଂଜୟ ରାଉତ I ଏନେଇ ଅଜୟ କହିଛନ୍ତି ଯେ ଉପବାଚସ୍ପତି ପଦ ଶିବସେନା ର ହକ ,ଏହାକୁ ବିଜେଡି କୁ କିପରି ମିଳିବ ? ବିଜେଡି ତ ଓଡ଼ିଶାରେ ବିରୋଧ କରୁଥିଲା ବିଜେପି କୁ I ଏମିତିରେ ବି ଲୋକସଭାରେ ଆମର ୧୮ ସାଂସଦ ଅଛନ୍ତି ବିଜେଡି ର ମାତ୍ର ୧୨ ଜଣ I ତେଣୁ ଆମକୁ ହିଁ ଉପ ବାଚସ୍ପତି ପଦ ଦିଆଯାଉ I

Leave a Reply

Your email address will not be published. Required fields are marked *