ନୂଆ ବିଧାୟକ ହେଉ ହେଉ ଦେଖାଇଲେ ରଙ୍ଗ ,ସରକାରୀ ଜେଇ ଙ୍କୁ ପବ୍ଲିକ ରେ କରାଇଲେ ଉଠ ବସ

ନୂଆ ନୂଆ ବିଧାୟକ ହେଇଛନ୍ତି ,ପବ୍ଲିକ ରେ ଏବେ କେତେ ପାୱାର ତାଙ୍କର I ତେବେ ସେହି ପାୱାର ତ ପୁଣି କାହା ଉପରେ ଦେଖାଇବାକୁ ପଡିବ ! ତେଣୁ ନୂଆ କରି ନିର୍ବାଚିତ ହେଇଥିବା ବିଧାୟକ ମହୋଦୟ ତାଙ୍କ ପାୱାର କୁ ସରକାରୀ ଜେଇ ଙ୍କ ଉପରେ ଦେଖାଇଦେଲେ Iସର୍ବସାଧାରଣ ରେ ଜେଇ ଙ୍କୁ ୫ ମିନିଟ ରେ ୧୦୦ ଥର ବସ ଉଠ ହେବାକୁ ନିର୍ଦେଶ ଦେଇଛନ୍ତି ,ଯଦି ବସ ଉଠ ନହେବ ତେବେ ପବ୍ଲିକ ଙ୍କୁ ମାଡ ମାରିବାକୁ ମଧ୍ୟ କହିଛନ୍ତି I ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବା ପରେ ଘଟଣା ସମ୍ପର୍କ ରେ ଜଣାପଡିଛି I

ଖବର ଅନୁଯାଇ ଘଟଣାଟି ପାଟଣାଗଡର ନବନିର୍ବାଚିତ ବିଜେଡି ବିଧାୟକ ଙ୍କର I ରାସ୍ତାକାମରେ ନିମ୍ନ ମାନ ହେଉଥିବାର ଅଭିଯୋଗ ଆସିବାରୁ ପାଟଣାଗଡ ବ୍ଲକ୍‌ର ଜେଇ ଙ୍କୁ ବିଜେଡି ବିଧାୟକ ସରୋଜ ମେହେର ସର୍ବସାଧାରଣ ରେ ଉଠବସ ହେବାକୁ ଆଦେଶ ଦେଇଥିଲେ I ଜେଇ ମଧ୍ୟ ବାଧ୍ୟ ହେଇ ଉଠବସ ହେଇଥିଲେ ,ଦୁଇଥର ପରେ ଟିକେ ରହିଯିବାରୁ ଶୀଘ୍ର ୫ ମିନିଟ ରେ ୧୦୦ ଥର ହେବାକୁ ନିର୍ଦେଶ ଦେଇଥିଲେ ବିଧାୟକ Iଯଦି ନହେବ ତେବେ ପବ୍ଲିକ ବାଡେଇ ଗୋଡ ହାତ ଭାଙ୍ଗିଦେବେ ବୋଲି କହିଛନ୍ତି I ତେବେ ଯଦି ରାସ୍ତା କାମ ନିମ୍ନ ମାନର ହେଇଥାଏ ତେବେ ଜେଇ ଙ୍କୁ ପବ୍ଲିକ ରେ ଦଣ୍ଡ ଦେବାକୁ ବିଧାୟକ ଙ୍କୁ କିଏ ଅନୁମତି ଦେଇଛି ? ଏହାକୁ ନେଇ ଏବେ ସବୁ ମହଲ ରେ ତୀବ୍ର ବିରୋଧ ହେବାରେ ଲାଗିଲାଣି Iସୂଚନା ଥାଉ କି ବିଜେଡିର ସରୋଜ ମେହେର ପାଟଣାଗଡର ବିଜେପି ପ୍ରାର୍ଥୀ କନକବର୍ଦ୍ଧନ ସିଂହଦେବଙ୍କୁ ପରାସ୍ତ କରି ପ୍ରଥମ ଥର ପାଇଁ ବିଧାୟକ ହେଇଛନ୍ତି I

Leave a Reply

Your email address will not be published. Required fields are marked *