ବାରମ୍ବାର ନିର୍ବାଚନ କୁ ନେଇକି ବିରକ୍ତି ହେଇଗଲେଣି ବିଜେପୁର ବାସି ,ପଢନ୍ତୁ କଣ କହୁଛନ୍ତି ଭୋଟର

ରାଜନୀତି ରେ ସବୁଠୁ ଅଧିକ ଚର୍ଚାରେ ରହିଛି ବିଜେପୁର ଆସନ I କଂଗ୍ରେସ ବିଧାୟକ ସୁବଳ ସାହୁ ଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ଙ୍କୁ ବିଜେଡି ରେ ମିଶାଇ ଅନୁକମ୍ପା ମୂଳକ ଭୋଟ ଭାବରେ ବିଜେପୁର ଗଡ ହାସଲ କରିଥିଲା ବିଜେଡି I ବିଜେପୁର ରେ ରିତା ବହୁମତରେ ବିଜୟୀ ହେଇଥିଲେ କିନ୍ତୁ ଚଳିତ ନିର୍ବାଚନ ରେ ବିଜେଡି ତାଙ୍କୁ ପ୍ରାଥୀ କରିନଥିଲା ବରଂ ନିଜେ ମୁଖ୍ୟମନ୍ତ୍ରୀ ଏହି ଆସନ ରୁ ଲଢ଼ିଥିଲେ I ବହୁ ଭୋଟ ବ୍ୟବଧାନ ରେ ମୁଖ୍ୟମନ୍ତ୍ରୀ ମଧ୍ୟ ବିଜୟୀ ହେଇଥିଲେ ତେବେ ନିଜ ପାରମ୍ପରିକ ଆସନ ହିଞ୍ଜିଳି କୁ ରଖି ବିଜେପୁର ଆସନ କୁ ଛାଡିଦେଇଛନ୍ତି ମୁଖ୍ୟମନ୍ତ୍ରୀ Iପୁନର୍ବାର ଏଠାରେ ନିର୍ବାଚନ ହେବ ,ଆଶା କରାଯାଉଛି କି ବିଜେଡି ପକ୍ଷରୁ ସୁବାଷ ,ସଞ୍ଜୟ କିମ୍ବା ପ୍ରସନ୍ନ ପ୍ରାଥୀ ହେଇପାରନ୍ତି I ତେବେ ମୁଖ୍ୟମନ୍ତ୍ରୀ ଏହି ଆସନ ଛାଡିବା ପରେ ଭୋଟର ମାନେ ଚିଡି ଗଲେଣି I ଏନେଇ କିଛି ଭୋଟର କୁହନ୍ତି କି ବିଜେପୁର କଣ ମନ୍ଦିର ଘଣ୍ଟି ଯେ ଯିଏ ଆସୁଛି ବଜେଇ ଦେଇ ଚାଲିଯାଉଛି I ମୁଖ୍ୟମନ୍ତ୍ରୀ ଙ୍କୁ ଆମେ ଏତେ ଭରଷା କରି ଭୋଟ ଦେଇ

ଥିଲୁ କିନ୍ତୁ ସେ ଆମକୁ ନିରାଶା କଲେ ,ଆଗାମୀ ଦିନରେ ଆଉ ନିର୍ବାଚନ ପାଇଁ ଇଛା ନାହିଁ I ସେହିପରି ଆଉ କିଛି ଭୋଟର କୁହନ୍ତି କି ଲୋକମାନେ ଚିଡ଼ିଗଲେଣି ଏଥରକ ବିଜେଡି କୁ ଆଉ ଭୋଟ ଦେବେନି ,ବାରମ୍ବାର ଯେଉଁ ପ୍ରହସନ ଚାଲିଛି ଆଗାମୀ ଦିନରେ ତାର କଡା ଜବାବ ଦିଆଯିବ Iତେବେ ଏସବୁ ପରେ ବି ବିଜେଡି ଆଶାବାଦୀ ଯେ ଏଠାରେ ପୁନର୍ବାର ବିଜେଡି ଆସିବ I

Leave a Reply

Your email address will not be published. Required fields are marked *