ବିଦାୟ ଭାଷଣ ରେ କାନ୍ଦି କ୍ରିକେଟ ରୁ ବିଦାୟ ନେଲେ ଯୁବରାଜ

ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିଅର ରୁ ବିଦାୟ ନେଇଛନ୍ତି ଯୁବରାଜ। ସାଉଥ୍ ମୁମ୍ବାଇ ହୋଟେଲ୍ ର ଏକ ପ୍ରେସ କନଫରେନ୍ସ ଆୟୋଜନ କରି ସେ ନିଜ କ୍ରିକେଟ୍ କ୍ୟାରିଅର ରୁ ଅବସର ନେଇଛନ୍ତି। ଏହି କନଫରେନ୍ସ ରେ ସେ ନିଜ କ୍ରିକେଟ୍ କ୍ୟାରିଅର ର ଅନେକ ଉତଥାନ ପତ୍ତନ କଥା କହିଛନ୍ତି। ଏହି ଉତ୍ଥାନ ପତ୍ତନ ରୁ ସେ ନିଜ ଜୀବନ ର ପ୍ରତ୍ୟେକ ପ୍ରତିକୂଳ ପରିସ୍ଥିତି ରେ ଲଢ଼ିବା ସିଖିଛନ୍ତି ଏବଂ ବର୍ତ୍ତମାନ ସେ ଆହୁରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ସେଥି ପାଇଁ ସେ ଏହିଭଳି ଏକ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଭାରତ ପକ୍ଷ ରୁ ୪୦୦ ଆନ୍ତର୍ଜାତୀୟ ମ୍ୟାଚ ଖେଳୁଥିବା ରୁ ସେ ନିଜ କୁ ଭାଗ୍ୟବାନ ମନେ କରିଛନ୍ତି। ସେ ପ୍ରଥମେ ଯେତେବେଳେ କ୍ରିକେଟ୍ ଖେଳିବା ଆରମ୍ଭ କରିଥିଲେ ସେ ଏତେ ବାଟ ଆସିବେ ବୋଲି କେବେ ବି ଭାବିନଥିଲେ। ସେ ତାଙ୍କ ଜୀବନ ରେ ଯେତେ ସଫଳତା ଅର୍ଜନ କରିଛନ୍ତି ତା ଠୁ ଅଧିକ ସେ ବିଫଳତା ଅର୍ଜନ କରିଛନ୍ତି। କିନ୍ତୁ ସେ କେବେ ବି ହେଲେ ହାରି ଯାଇନାହାନ୍ତି କି ନିରାଶ ହୋଇ ଯାଇନାହାନ୍ତି। ବିଫଳତା ର ସିଡି ଅତିକ୍ରମ କରି ସଫଳତା ଅର୍ଜନ କରିଛନ୍ତି ବୋଲି କହିଛନ୍ତି ଯୁବରାଜ।

ଏହା ସହ ସେ ଏହି ପ୍ରେସ କନଫରେନ୍ସ ରେ ତାଙ୍କ ଜୀବନ ର ସବୁଠୁ ଭଲ ଓ ଖରାପ ସମୟ କଥା ପ୍ରକାଶ କରିଛନ୍ତି। ସେ ୨୦୧୧ ବିଶ୍ୱକପ୍ କୁ ତାଙ୍କ ନିଜ ଜୀବନ ର ସବୁଠୁ ଭଲ ଦିନ କହିଥିବା ବେଳେ ୨୦୧୪ ର ଟି – ୨୦ ବିଶ୍ୱକପ୍ ଫାଇନାଲ କୁ ନିଜ ଜୀବନ ର ସବୁଠୁ ଖରାପ ଦିନ ବୋଲି କହିଛନ୍ତି। ଏହା ସହ ସେ ନିଜ ଜୀବନ ର କେତକ ଅଭୁଲା ସ୍ମୃତି କୁ ମଧ୍ୟ ପ୍ରକାଶ କରିଛନ୍ତି। ଆନ୍ତର୍ଜାତିକ କ୍ରିକେଟ୍ ଛାଡ଼ିବା ପରେ ସେ ବାକି ସବୁ ଦେଶରେ ଟି – ୨୦ ଲିଗ୍ ଖେଳିବାକୁ ଚାହୁଁଛନ୍ତି ଓ ଏହା ସହ କ୍ୟାନ୍ସର ରୋଗୀ ଙ୍କୁ ସାହାଯ୍ୟ କରିବାକୁ ନିଜ ଜୀବନ ର ଲକ୍ଷ୍ୟ ରଖିଛନ୍ତି।

ଶେଷରେ ସେ ନିଜ ପରିବାର ବିଶେଷ କରି ସେଠାରେ ଉପସ୍ଥିତ ଥିବା ସମସ୍ତ ବ୍ୟକ୍ତି ଙ୍କୁ ସେ ଅନ୍ତର ର ସହିତ ଧନ୍ୟବାଦ ଜଣାଇଛନ୍ତି। ସେ ନିଜ କ୍ୟାରିୟର ରେ ଆହୁରି ଆଗକୁ ବଢ଼ିବାକୁ ଚାହୁଁଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ଏହା ସହ ସବା ଶେଷରେ ସେ ଗଣମାଧ୍ୟମ କୁ ଅତ୍ୟନ୍ତ ଧନ୍ୟବାଦ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *