ପାକିସ୍ତାନ ସହ ହାତ ମିଳାଇଲା ଚିନ୍:ପାକିସ୍ତାନ କୁ ଟାର୍ଗେଟ ନକରିବାକୁ ଭାରତକୁ ଦେଲା ଚେତାବନୀ

ଚୀନ୍ ପାକିସ୍ଥାନ କୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଆସନ୍ତା ୧୩ ଓ ୧୪ ତାରିଖ ଦିନ କିରଗିଜସ୍ତାନ ରାଜଧାନୀ ବିସ୍କେକ ରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ସମ୍ମିଳନୀ ( ଏସସିଓ ) ରେ କୌଣସି ରାଷ୍ଟ୍ର କୁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ ବୋଲି ଚୀନ୍ କହିଛି। ଏହି ସମ୍ମିଳନୀ ରେ କେବଳ ଆର୍ଥିକ ପ୍ରସଙ୍ଗ ଓ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା ହେବ। ଏହା ସହ ଏହି ସମ୍ମିଳନୀ ରେ ପାକିସ୍ଥାନ କୁ ଟାର୍ଗେଟ ନ କରିବାକୁ ଭାରତ କୁ ପରାମର୍ଶ ଦେଇଛୁ ଚୀନ୍।

ବିଭିନ୍ନ ଆନ୍ତର୍ଜାତୀୟ ସମ୍ମିଳନୀ ରେ ଭାରତ ପାକିସ୍ଥାନ ର ସମସ୍ଥ ଗୁପ୍ତ କଥା ପଦାକୁ ନେଇ ଆସୁଥିବାରୁ ପାକିସ୍ଥାନ କୁ ସୁରକ୍ଷା ଦେବାକୁ ଚୀନ୍ ଆଗୁଆ ପଦକ୍ଷେପ ନେଇ ଭାରତ ଉପରେ ଚାପ ସୃଷ୍ଠି କରିବାକୁ ଚାହୁଁଛି। ଚୀନ୍ ନେତୃତ୍ୱ ରେ ୮ ଟି ରାଷ୍ଟ୍ର କୁ ନେଇ ଗଠିତ ହୋଇଥିବା ଏହି ଏସସିଓ ସମ୍ମିଳନୀ ରେ ପାକିସ୍ଥାନ ମଧ୍ୟ ସାମିଲ୍ ଅଛି।

Leave a Reply

Your email address will not be published. Required fields are marked *