ସରକାରଙ୍କ ପ୍ରିୟ ଚ୍ୟାନେଲ ବଦଳରେ OTV ହାଏଷ୍ଟ ବିଡର୍ ହୋଇଥିବାରୁ ନିଷ୍ପତ୍ତି ବଦଳିଗଲା :ବୈଜୟନ୍ତ

ଗାଁ ରୁ ସହର ଗୋଟିଏ ଚର୍ଚ୍ଚା I ବ୍ୟବସାୟୀକରଣ ହେବ ଶ୍ରୀଜଗନ୍ନାଥ ଙ୍କ ରଥଯାତ୍ରା ର ଲାଇଭ ପ୍ରସାରଣ I ଯାହା ଆଜିପର୍ଯ୍ୟନ୍ତ ହେଇନଥିଲା ତାହାକୁ ବଦଳାଇବାକୁ ଚେଷ୍ଟା କରିଥିଲା ମନ୍ଦିର ପ୍ରସାଶନ I ରଥଯାତ୍ରା ପ୍ରସାରଣ ର କପି ରାଇଟ କେବଳ ଗୋଟିଏ ମାତ୍ର ଚାନେଲ ରେ ପ୍ରସାରଣ ପାଇଁ ନିଲାମ ଡକାଯାଇଥିଲା I ତେବେ ଏହି ନିଲାମ ରେ ସାତଟି କମ୍ପାନୀ ଭାଗ ନେଇଥିବା ବେଳେ ଓଟିଭି ସବୁଠାରୁ ହାଇଏଷ୍ଟ ନିଲାମ ଡ଼ାକିଥିବା ବିଡର ହେବା ପରେ ଏହି ନିଲାମ କୁ ବାତିଲ କରିଦିଆଯାଇଛି I ସମସ୍ତ ଚାନେଲ ସିଧା ପ୍ରସାରଣ କରିପାରିବେ ସୂଚନା ଦିଆଯାଇଛି I

ଅପରପକ୍ଷରେ ହାଇକୋର୍ଟ ରେ ମଧ୍ୟ ଏନେଇ ଏକ ମାମଲା ରୁଜୁ ହେଇଚି I ତେବେ ଏ ପରିପ୍ରେକ୍ଷୀରେ ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଟ୍ୱିଟ କରି କହିଛନ୍ତି ଯେ ନିଲାମ ଡକାଯିବା ଏବଂ ପରେ ନିଷ୍ପତି ବଦଳିଲା ସେହି ସମୟରେ ଯେତେବେଳେ କି ଓଟିଭି ସବୁଠୁ ଆଗରେ ଥିଲା ପ୍ରମୁଖ ଦାବିଦାର ଭାବରେ ,ଏଥିରୁ ରାଜନୈତିକ ଅଭିସନ୍ଧି ଜଣାପଡୁଛି

I ସରକାରଙ୍କ ପ୍ରିୟ ଚ୍ୟାନେଲ ଏହି ନିଲାମ ରେ ଦାବିଦାର ହେବା ବଦଳରେ OTV ପ୍ରମୁଖ ଦାବିଦାର ହେଇଥିବାରୁ ଏହାର ନିଲାମ ବାତିଲ ହେଇଥିବା ସ୍ପଷ୍ଟ ଜଣାପଡୁଛି I ତେବେ ସବୁପରେ ବି ସମସ୍ତ ଚାନେଲ କୁ ରଥଯାତ୍ରା ପ୍ରସାରଣ କରିବାର ଅଧିକାର ମିଳିଥିବାରୁ ସେ ବହୁତ ଖୁଶି ଅଛନ୍ତି I

Leave a Reply

Your email address will not be published. Required fields are marked *