30ବର୍ଷ ଭାରତୀୟ ସେନାରେ କାମ କରିବା ପରେ ବି ପୂର୍ବ ସୈନିକ ଙ୍କୁ ବିଦେଶୀ ନାଗରିକ ର ଆଖ୍ୟା ଦିଆଗଲା

ଭାରତୀୟ ସେନାରେ ରହି 30 ବର୍ଷ ଦେଶସେବା କରିଥିବା ରିଟାୟାର୍ଡ଼ ଅଫିସର ମୋହମ୍ମଦ ସାନାଉଲ୍ଲାଙ୍କୁ ଆସାମର ଏକ ବିଦେଶୀ ଟ୍ରିବୁନାଲ ବିଦେଶୀ ନାଗରିକର ଆଖ୍ୟା ଦେଇ ଡିଟେନସନ କେନ୍ଦ୍ରକୁ ପଠାଇଲା I ଏହି ଘଟଣା ପରେ ସନାଉଲ୍ଲାର ପରିବାର ବହୁତ ଚିନ୍ତାରେ ଅଛନ୍ତି I 2017ରେ ଭାରତୀୟ ସେନାର ଇଲୋକ୍ଟ୍ରୋନିକ୍ସ ଓ ମେକାନିକାଲ ବିଙ୍ଗିରେ ରିଟାୟାର୍ଡ଼ ହୋଇଥିବା ମୋହମ୍ମଦ ସନାଉଲ୍ଲାଙ୍କ ନାମ ଅପଡ଼େଟ ହୋଇଥିବା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟରସାମିଲୀ ହୋଇନାହିଁ I 52 ବର୍ଷର ମୋହମ୍ମଦ ସନାଉଲ୍ଲାଙ୍କୁ 23 ମଇ ଦିନ ବିଦେଶୀ ଟ୍ରିବୁନାଲ କୋର୍ଟ ନମ୍ବର 2 ଜରିଆରେ ବିଦେଶୀ ନାଗରିକ ବୋଲି ଘୋଷଣା କରିଥିଲା I ଓକିଲ ଅମନ ବାବୁଦୁଙ୍କ କହିବା ଅନୁସାରେ 2008-2009 ରେ ମୋହମ୍ମଦ ସନାଉଲ୍ଲାଙ୍କ ନାଗରିକତାକୁ ନେଇ ଏକ ତଦନ୍ତ କରିଥିଲା ସେହି ସମୟରେ ସନାଉଲ୍ଲା ମଣିପୁରରେ ବାସ କରୁଥିଲେ

I ତଦନ୍ତ ପାଇଁ ତାଙ୍କ ଆଙ୍ଗୁଠିର ଛାପ ନିଆଯାଇଥିଲା ଓ ତାଙ୍କୁ ଅବନ୍ଧ ପ୍ରବାସୀ ବୋଲି କୁହାଯାଇଥିଲା I ତାପରେ ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ବନାଗଲା ସେଥିରେ ତାଙ୍କ ନାମ ଆସିନଥିଲା I ପରେ ତାଙ୍କୁ ଜଣାପଡ଼ିଲାକି ବିଦେଶୀ ଟ୍ରିବୁନାଲ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ବୋଲି I ମୋହମ୍ମଦ ସନାଉଲ୍ଲା ବିଦେଶୀ ଟ୍ରିବୁନାଲକୁ ନାଗରିକତା ସହ ଜଡିତ ପ୍ରମାଣ ଦେଇଥିଲେହି କୋର୍ଟ ତାକୁ ନାକଚ କରିଦେଇଥିଲା I ତାପରେ ମୋହମ୍ମଦ ସନାଉଲ୍ଲାଙ୍କୁ 23 ମଇ ଦିନ ବିଦେଶୀ ବୋଲି ଘୋଷଣା କରିଦେଲେ I

Leave a Reply

Your email address will not be published. Required fields are marked *