ଅନୁଭବ ମୋ ମୁଁହ କୁ ଛେପ ପକାଇ ମାଡ ମାରିଲେ ,ଶୁଣନ୍ତୁ ଆଉ କଣ କହିଲେ ଏହି ମହିଳା

ସବୁଠୁ ଚର୍ଚ୍ଚାରେ ଥିବା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଙ୍କ ନାମରେ ଆସିଛି ସଂଗୀନ ଅଭିଯୋଗ I ଝାଞ୍ଜିରୀ

ମଙ୍ଗଳା ର ଜୈନିକ ମହିଳା ଆଣିଛନ୍ତି ଏହି ଅଭିଯୋଗ I ମହିଳାଙ୍କ ଅଭିଯୋଗ ଅନୁଯାଇ ସେ 2017 ମସିହାରୁ ଜର୍ଣ୍ଣାଲିଜିମ କରୁଥିବା ବେଳେ ତାଙ୍କ ଯିବା ବାଟ ସମୟରେ ଅନୁଭବ ଙ୍କ ଭାଇ ଅନୁପ୍ରାସ ଜାଣିଶୁଣି ହଇରାଣ କରୁଥିଲେ

I ଯେଉଁଥିପାଇଁ ମହିଳା ଜଣଙ୍କ ସାଂସଦ ଅନୁଭବ ଙ୍କୁ ସାକ୍ଷାତ କରି ତାଙ୍କ ଭାଇଙ୍କ ଏପରି କାରନାମା ବିଷୟରେ ଅନୁଭବ ଙ୍କୁ କହିବାକୁ ଯାଇଥିଲେ I କିନ୍ତୁ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅନୁଭବ ଙ୍କୁ ସେ ସାକ୍ଷାତ କରିନପାରି ବାହାରେ ଅପେକ୍ଷା କରିଥିଲେ ଏହି ସମୟରେ ଅନୁଭବ ଆସି ତାଙ୍କୁ ବହୁତ ଗାଳି ଗୁଲଜ କରିବା ସହିତ ଅତି ଅଶ୍ଳୀଳ ଭାଷାରେ କହିଥିଲେ I ଏପରିକି ମହିଳାଙ୍କ ମୁଁହକୁ ଛେପ ପକାଇ ତାଙ୍କୁ ମାଡ ମାରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ସମ୍ପୃକ୍ତ ମହିଳା I

ଅନୁଭବ ଙ୍କ ସହିତ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ସମ୍ପୃକ୍ତ ମହିଳା ଙ୍କୁ ଗାଳି କରିଥିବା ମହିଳା ଜଣଙ୍କ ମିଡ଼ିଆ ଆଗରେ ବୟାନ ରଖିଛନ୍ତି I ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଏବଂ ନ୍ୟାୟ ପାଇଁ ଗୁହାରି କରିଛନ୍ତି I ଅପରପକ୍ଷରେ ଏ ସଂକ୍ରାନ୍ତ ରେ ବର୍ତମାନ ସୁଦ୍ଧା ଅନୁଭବ କୌଣସି ପ୍ରତିକ୍ରିୟା ରଖିନାହାନ୍ତି I

Leave a Reply

Your email address will not be published. Required fields are marked *