ଘରୁ ଟାଣିଆଣି ଦଳିତ ଯୁବକଙ୍କୁ ଛୁରୀରେ କଲେ ହତ୍ୟା

ଗୁଜୁରାଟର ସୁରେନ୍ଦ୍ର ନଗର ଜିଲ୍ଲାର ଥାନାଗଡ଼ରେ ଏକ ଦଳିତ ଯୁବକ ପ୍ରକାଶ କାନ୍ତିବାଇଙ୍କୁ 12 ଜୁନୁ ରାତିରେ ଛୁରୀ ଭୁସି ହତ୍ୟା କରାଯାଇଛି I ପୋଲିସଙ୍କ କହିବା ଅନୁସାରେ ତିନିଜଣ ଲୋକ ପ୍ରକାଶର ଘରକୁ ଯାଇ ହାମଲା କରିଥିଲେ ଯେଉଁଥିରେ ପ୍ରକାଶର ହସ୍ପିଟାଲରେ ଚିକିସ୍ଛା ଚାଲିଥିବା ସମୟରେ ମୃତ୍ୟୁ ହୋଇଥିଲା ବାକି ଦୁଇଜଣ ଲୋକ ପୁରାପୁରି ଆଘାତ ପାଇଥିଲେ I ପ୍ରକାଶ ଥାନାଗଡ଼ର ଶିରୋମିକି କାରଖାନାରେ ମଜୁରୀଆ ହିସାବରେ କାମ କରୁଥିଲେ ଓ ତାଙ୍କ ପରିବାରରେ ତାଙ୍କର ଏକ ପତ୍ନୀ ଓ ଦୁଇ ଛୁଆ ଥିଲେ I ଏହି ଘଟଣା ବୁଧୁବାର ରାତିରେ ମଫତୀୟପରା ଅଂଚଳରେ ଘଟିଛି I ପ୍ରକାଶ ଚାଚାଙ୍କ କହିବା ଅନୁସାରେ ସେହି ତିନିଜଣ ଆମ ଜାତିକୁ ନେଇ ଖରାପ କଥା କହିବାରୁ ଝଗଡା ସୃଷ୍ଟି ହୋଇଥିଲା I ତାଙ୍କ କହିବା ଅନୁସାରେ ତିନିଜଣ ଲୋକ ମାରିବାକୁ ଆସିଥିଲେ ସେମାନେ ଆମକୁ ଘରୁ ଟାଣିକି ବାହାରକୁ ବାହାର କଲେ ଓ ଚିଲାଈକି ପଚାରିବାକୁ ଲାଗିଲେ ବାବୁ ପରମାରର ଘର କଉଠି ବୋଲି I ତାଙ୍କ ହାତରେ ହତିଆର ଥିଲା ଯାହାକୁ ଦେଖି ଲୋକ ଡରିଗଲେ ଓ କହିବାକୁ ଲାଗିଲେ ଆମକୁ କିଛି ଜଣା ନାହିଁ I ତାପରେ ସେମାନେ ପ୍ରକାଶକୁ ମାରିଦେଲେ I ବାବୁଭାଇ ପରମାନଙ୍କ ଅନୁସାରେ ପ୍ରକାଶର ଛୋଟ ଭାଇ ସହିତ ଆରପିର ଗୋଟେ ବର୍ଷ ପୂର୍ବରୁ ଝଗଡା ହୋଇଥିଲା ସେହି ସମୟରେଭି ଆରୋପି ଜାତିକୁ ଆଧାର କରି ଅପମାନ ଦେବା ସହିତ କଥା ହାତ ଉଠାଉଠି ପର୍ଯ୍ୟନ୍ତ ଚାଲିଯାଇଥିଲା I ପୋଲିସ ଯାଞ୍ଚରୁ ଏହା ପତା ଲାଗିଛିକି ଘଟଣାଟି ଜୁନୁ 12 ତାରିଖ ବୁଧୁବାର ରାତିରେ ପ୍ରାୟ 9-10 ଟା ଭିତରେ ଘଟିଛି I ଏହି ମାମଲାରେ ପୋଲିସ ହତ୍ୟା ଅପରାଧରେ ତିନିଜଣଙ୍କ ନାଁରେ କେସେ ଦର୍ଜ କରିଥିଲା I

Leave a Reply

Your email address will not be published. Required fields are marked *