ଆମେରିକା ରେ ଲାଗୁହେଲା ନୂଆ ନିୟମ ,ଦୁଷ୍କର୍ମ କଲେ ଇଞ୍ଜେକସନ ଦିଆଯାଇ ନପୁଂସକ କରିଦିଆଯିବ

ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ଦୁଷ୍କର୍ମକାରୀ ଙ୍କ ମାନସିକତା ରେ ପରିବର୍ତନ ଆସି ପାରୁନାହିଁ I ତେଣୁ ଦୁଷ୍କର୍ମକାରୀ ଙ୍କ ଉପରେ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିର୍ଣ୍ଣ ସଂଘଠନ ଦାବି କରୁଛନ୍ତି I ସଂଘଠନ ଙ୍କ ଦାବି ଅନୁଯାଇ ଦୁଷ୍କର୍ମକାରୀ ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେଲେ ଦୁଷ୍କର୍ମ ରୋକାଯାଇପାରିବ I ଏହାକୁ ଦୃଷ୍ଟିରେ ରଖି ଏବେ ଆମେରିକାର ଆଲାବାମା ନୂଆ ଆଇନ ଲାଗୁ କରିଛି I

ଏହି ନିୟମ ଅନୁଯାଇ ଯଦି କୌଣସି ବି ବ୍ୟକ୍ତି ୧୩ବର୍ଷରୁ କମ୍ ବୟସର ଶିଶୁ ଙ୍କ ସହିତ ଦୁଷ୍କର୍ମ କରିଥାଏ ତେବେ ଅଭିଯୁକ୍ତ କୁ ନପୁଂସକ କରିବା ପାଇଁ ଇଞ୍ଜେକସନ ଦିଆଯିବ

I ତେବେ ଏହି ଇଂଜେକସନ ଦ୍ୱାରା ଅଭିଯୁକ୍ତ ସବୁଦିନ ପାଇଁ ନଂପୁସକ ହେଇଜିବନହିଁ ,କିଛି ଦିନ ପାଇଁ ସେ ତାର ପୌରୁଷତ୍ୱ ହରାଇ ବସିବ Iତେବେ ଏହାକୁ ସେତେବେଳେ ଦିଆଯିବ ଯେତେବେଳ ଅଭିଯୁକ୍ତ ପାରୋଲ ରେ ବାହାରକୁ ଯିବାକୁ ଚାହିଁବ I ପାରୋଲ ରେ ବାହାରକୁ ଯିବା ପୂର୍ବରୁ ଅଭିଯୁକ୍ତ କୁ ଏହି ଇଞ୍ଜେକସନ୍ ଦିଆଯିବ I ଫଳରେ ବାହାରକୁ ଯାଇଥିବା ଅଭିଯୁକ୍ତ କୌଣସି ଅଘଟଣ ଘଟାଇ ପାରିବ ନାହିଁ I

କେବଳ ଏତିକି ନୁହେଁ ଯଦି ଅଭିଯୁକ୍ତ ଏହି ଇଂଜେକସନ ନେବାକୁ ମନା କରିବ ତେବେ ପାରୋଲ କ୍ୟାନସେଲ ହେଇଯିବ I ଏହି ଇଂଜେକସନ ପ୍ରଭାବରେ ଅଭିଯୁକ୍ତ ର ଟେଷ୍ଟୋଷ୍ଟିରନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥାଏ ଏବଂ ବ୍ୟକ୍ତି ଶାରୀରିକ ସମ୍ପର୍କ ରଖିବାକୁ ଅକ୍ଷମ ହେଇଯାଇଥାଏ I

Leave a Reply

Your email address will not be published. Required fields are marked *