ରଜ ସଂକ୍ରାନ୍ତି ପରଠାରୁ ମାଡି ଆସୁଛି ଏହି ୫ ଟି ରାଶିକୁ ବିପଦ ,ଜାଣିରଖନ୍ତୁ ପ୍ରତିକାର

ରଜ ସଂକ୍ରାତି ଠାରୁ ଏହି ପାଂଚଟି ରାଶିକୁ ସତର୍କ ସୂଚନା
ରଜ ସଂକ୍ରାତି ଦିନ ସୂର୍ଯ୍ୟଦେବ ଯିଏ ଗ୍ରହମାନଙ୍କର ରାଜା ନିଜର ରାଶି ପରିବର୍ତନ କରି ବୃଷ ରାଶିରୁ ମିଥୁନ ରାଶିକୁ ପ୍ରବେଶ କରିବେ ଯାହା ଫଳରେ ସମସ୍ତ ଗ୍ରହ ଏବଂ ନକ୍ଷେତ୍ରରେ ଅନେକ ପରିବର୍ତନ ଦେଖିବାକୁ ମିଳିବ ଯାହାର ପ୍ରଭାବ କିଛି ରାଶି ପାଇଁ ଭଲ ଓ କିଛି ରାଶି ପାଇଁ ଖରାପ I ଜୋତିସ ଶାସ୍ତ୍ର ଅନୁସାରେ ଖାସ କରି ପାଂଚଟି ରାଶି ପାଇଁ ଏହି ପରିବର୍ତନ ଅତ୍ୟନ୍ତ ଖରାପ ଓ ଅଶୁଭଦାୟକ ଅଟେ I

1) ପ୍ରଥମ ହେଉଛି କର୍କଟ ରାଶି ଜୁନୁ 15 ପରେ ସୂର୍ଯ୍ୟଦେବ ଖର୍ଚ ଭାଗକୁ ଗତି କରିବେ ତେଣୁ ଏହି ସମୟରେ ଆୟ ଏବଂ ବ୍ୟୟ ଅଧିକ ରହିବ I ଅଜଧାରେ ଧନ ଖର୍ଚ କରିପାରନ୍ତି ନିଜ ସ୍ୱାସ୍ଥ ଓ ପାରିବାରିକ ସ୍ୱାସ୍ଥକୁ ନେଇ ଚିନ୍ତିତ ରହିବେ I କୋର୍ଟ କଚେରୀ କାମରେ ଦୌଡ଼ା ଦୌଡ଼ି କରିପାରନ୍ତି କିନ୍ତୁ ଏଥିରେ ସଫଳତା ମିଳିବ ନାହିଁ I ଏହି ସମୟରେ ବ୍ୟବସାୟରେ ବେଶୀ ପଇସା ଖର୍ଚ କରନ୍ତୁ ନାହିଁ I ଏହାର ପ୍ରତିକାର ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଜଗନ୍ନାଥଙ୍କୁ ଦର୍ଶନ କରନ୍ତୁ I

2) ଦୁତୀୟ ହେଉଛି ବିଛା ରାଶି I ଜୁନୁ 15 ପରେ ସୂର୍ଯ୍ୟ ଅଷ୍ଟମ ଭାଗରେ ରହିବେ ଯାହା ଆପଣଙ୍କ ପାଇଁ ଅନେକ କ୍ଷେତ୍ରରେ ଅଶୁଭ ଫଳ ଆଣିବ I ରାହୁ ,ମଙ୍ଗଳ ଓ ସୂର୍ଯ୍ୟଙ୍କ ଯୋଡି ଆପଣଙ୍କ ପାଇଁ ଖରାପ ସାଵସ୍ୟ ହେବ ସ୍ୱାସ୍ଥ ସମସ୍ୟା ଦେଖାଦେଇପାରେ I କାର୍ଯ୍ୟକ୍ଷେତ୍ରରେ ଅନେକ ବାଧାବିଘ୍ନ ଆସିପାରେ, ଚାକିରୀ ଓ ବ୍ୟାପାର କ୍ଷେତ୍ରରେ ଅନେକ ସମସ୍ୟା ଦେଇ ଗତି କରିବାକୁ ପଡିଥାଏ I ଏହାର ପ୍ରତିକାର ପାଇଁ ହନୁମାନଙ୍କୁ ଆରଧନା କରନ୍ତୁ ଓ ହନୁମାନଙ୍କ ଚାଳିଶା ପାଠ କରନ୍ତୁ I

3) ତୃତୀୟ ହେଉଛି ମକର ରାଶି I ମକର ରାଶିରେ ଆପଣଙ୍କର ଇଜ୍ଜତରେ ଆଞ୍ଚ ଆସିପାରେ ଏପରିକି ଆପଣଙ୍କର ସମ୍ପର୍କୀୟ ମାନଙ୍କ ସହିତ ମନାନ୍ତର ଦେଖାଦେଇପାରେ ତେଣୁ ସେଥିପ୍ରତି ଧ୍ୟାନ ରଖନ୍ତୁ I ଯାନବାହାନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ I ଏହାର ପ୍ରତିକାର ପାଇଁ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରନ୍ତୁ ଓ ଭଗବାନ ଶିବଙ୍କୁ ଆରଧନା କରନ୍ତୁ I 4) ଚତୁର୍ଥ ହେଉଛି ମିନ ରାଶି

ମିନ ରାଶିର ବ୍ୟକ୍ତିମାନେ ନିଜ ନିଜର ବାଣୀ ପ୍ରତି ସତର୍କତା ରକ୍ଷା କରନ୍ତୁ କାହିଁକିନା ଆପଣଙ୍କର ଛୋଟ କଥାରେ କାହା ସହିତ ମନାନ୍ତର ହୋଇପାରେ ଏମିତିକି ପଇସା କ୍ଷେତ୍ରରେ ଜଗିରଖି ଚାଲିବାକୁ ପଡିବ I ଚାକିରୀ ପାଇଁ ଆପଣ କୌଣସି ବିପଦରେ ପଡିପାରନ୍ତି I ଏହାର ପ୍ରତିକାର ପାଇଁ ବୃହସ୍ପତିଙ୍କ ମନ୍ତ୍ର ଜପ କରନ୍ତୁ I 5) ପଞ୍ଚମ ହେଉଛି ମେଷ ରାଶି I ମେଷ ରାଶିର ବ୍ୟକ୍ତିମାନେ ଯଦି ଦୂର ସ୍ଥାନକୁ ଯାତ୍ରା କରୁଥାନ୍ତି ତାହେଲେ ଆପଣମାନେ ନିଶ୍ଚିନ୍ତ ସତର୍କତା ଅବଲମ୍ବନ କରନ୍ତୁ I

ରଜ ପରେ ଆପଣମାନେ ବହୁତ ଖର୍ଚ୍ଚାନ୍ତରେ ପଡିପାରନ୍ତି I ଏହାର ପ୍ରତିକାର ପାଇଁ ଆପଣ ପ୍ରତିଦିନ ତୁଳସୀ ଗଛ ମୂଳରେ ଜଳ ଅର୍ପଣ କରନ୍ତୁ ଓ ଭଗବାନ ବିଷ୍ଣୁଙ୍କୁ ଆରଧନା କରନ୍ତୁ I

Leave a Reply

Your email address will not be published. Required fields are marked *