ବିଜୟ ଙ୍କ ପାଇଁ ଅଣ୍ଟା ଭିଡିଛନ୍ତି ସାଂସଦ ଅପରାଜିତା I ପାଟକୁରା ବିକାଶ ର ଦାୟିତ୍ୱ ମୋର :ଅପରାଜିତା ପାଟକୁରାରେ ଭାଙ୍ଗିବ କି 19ବର୍ଷର ବିଜେଡି ଦୁର୍ଗ ?

ସବୁଠୁ ଚର୍ଚ୍ଚିତ ଥିବା ଭୁବନେଶ୍ୱର ଆସନ କୁ ବିଜେପି ପ୍ରାଥୀ ଅପରାଜିତା ଷଡ଼ଙ୍ଗୀ ଅକ୍ତିଆର କରିନେବା ପରେ ଏବେ ଅପରାଜିତା ଙ୍କ ଉପରେ କର୍ମୀଙ୍କ ଭରଷା ବଢିଛି I ସେ ଯେ ବିଜେପି ର ନୂଆ ମୁଁହ ହେଇପାରିବେ ତାହାକୁ ମଧ୍ୟ ଅସ୍ବୀକାର କରାଯାଇନପାରେ I ଭୁବନେଶ୍ୱର ବିଜୟ ପରେ ଏବେ କେନ୍ଦ୍ରାପଡା ର ପାଟକୁରା ପାଇଁ ଅଣ୍ଟା ଭିଡିଛନ୍ତି ଅପରାଜିତା I ବିଜୟ ଙ୍କୁ ଜିତାଇବାକୁ ପ୍ରଚାର ମୈଦାନ କୁ ଓଲ୍ହାଇଛନ୍ତି ଅପରାଜିତା I ଏବେଠୁ ଲୋକଙ୍କ ପାଖକୁ ଯାଉଛନ୍ତି ଅପରାଜିତା ,ସାଧାରଣ ରେ ମଧ୍ୟ ଅପରାଜିତା ଙ୍କୁ ନେଇ ପ୍ରବଳ ଉତ୍ସାହ ଦେଖାଦେବାରେ ଲାଗିଛି I ପାଟକୁରା ରେ ଅପରାଜିତା ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି କି ସେ ନିଜେ ଏହାର ଦାୟିତ୍ୱ ନେବେ I

ପାଟକୁରା ର ବିକାଶ ରେ ପ୍ରତ୍ୟକ୍ଷ ଭାବରେ ସେ ବିଜୟ ମହାପାତ୍ର ଙ୍କ ସହିତ ମିଶି ସାହାଯ୍ୟ କରିବେ I ଦୀର୍ଘ 19ବର୍ଷ ଧରି ବିଜୟ ମହାପାତ୍ର ଙ୍କ ସହିତ ହେଉଥିବା ଷଡଯନ୍ତ୍ର ର ଏଥରକ ଉଚିତ ଜବାବ ଦେବାକୁ ପାଟକୁରା ବାସୀଙ୍କୁ ଆହ୍ୱାନ ଦେଇଛନ୍ତି ଅପରାଜିତା I

Leave a Reply

Your email address will not be published. Required fields are marked *