ଫାଦର୍ସ ଡେ ରେ ପାକିସ୍ତାନ କୁ ଧୂଳି ଚଟାଇଲା ବିରାଟ ବାହିନୀ ,ଟିମ୍ ଇଣ୍ଡିଆର ମହାବିଜୟ,ପାକିସ୍ତାନ ରେ ଟିଭି ଭଙ୍ଗାରୁଜା

ଯେବେବି ଭାରତ ପାକିସ୍ତାନ ମ୍ୟାଚ ହେଇଚି ,ଏହା ଉପରେ ସମସ୍ତଙ୍କର ନଜର ରହିଥାଏ I ଭାରତ ଫାଇନାଲ ରେ ହାରିଗଲେ ବି ଲୋକେ ସେତେ ଗୁରୁତ୍ୱ ଦେବେନି ଯଦି ପାକିସ୍ତାନ ବିପକ୍ଷରେ ହାରିଯିବ I ତେବେ ଗତକାଲି ଆଇସିସି ବିଶ୍ୱକପର ଦ୍ୱାଦଶ ସଂସ୍କରଣରେ ଭାରତ ଓ ପାକିସ୍ତାନ ମୁଂହାମୁହିଁ ହେଇଥିଲେ I ଗତକାଲି ବର୍ଷା ହେଇଥିଲେ ମଧ୍ୟ ଫାଦର୍ସ ଡେ ରେ ବିରାଟ ବାହିନୀ ପାକିସ୍ତାନ କୁ ଧୂଳି ଚଟେଇ ୮୯ ରନରେ ଭାରତ କୁ ବିଜୟ ଦେଇଛି I

ମ୍ୟାଚ ହାଇଲାଇଟ :ଭାରତ ନିର୍ଧାରିତ ୫୦ ଓଭରରେ ୫ ୱିକେଟ୍ ବଦଳରେ ବିଶାଳ ୩୩୬ ରନ୍ ର ଟାର୍ଗେଟ ଦେଇଥିଲା ପାକିସ୍ତାନ କୁ I ପ୍ରଥମରୁ ରୋହିତ ଶର୍ମା ଏବଂ ରାହୁଲ ନିର୍ଘାତ ପିଟିଥିଲେ ପାକିସ୍ତାନ ବୋଲର ଙ୍କ ବଲ କୁ I ରୋହିତ ଶର୍ମା ୧୪ ଚୌକା, ୩ଟି ଛକା ମାରି ପାକିସ୍ତାନ କୁ ଅସ୍ତବ୍ୟସ୍ତ କରିପକାଇଥିଲେ I

୧୧୩ ବଲରେ ୧୪୦ ରନ କରିଥିବାବେଳେ ରାହୁଲ ୩ ଚୌକା ଓ ୨ ଛକା ସ ସହିତ ୫୭ ରନ୍ କରିଥିଲେ ।ଏହାପରେ ବିରାଟ 77 ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୯ ବଲରେ ୨ ଚୌକା ଓ ୧ ଛକା ସହ ୨୬ ରନ୍ କରି ପାକିସ୍ତାନ ଙ୍କ ନିଦ ହଜେଇଦେଇଥିଲେ I ପରେ ବର୍ଷା ଯୋଗୁଁ ଡି/ଏଲ ନିୟମ ଅନୁଯାଇ ପାକିସ୍ତାନ କୁ ୪୦ ଓଭରରେ ୩୦୨ ରନର ଟାର୍ଗେଟ୍ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ଏହା ର ପାଖ ମାଡ଼ିପାରିନଥିଲା

I ୬ ୱିକେଟ୍ ହରାଇ ମାତ୍ର ୨୧୨ ରନ୍ କରିଥିବା ବେଳେ ରୋହିତ ଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆୱାର୍ଡ ଦିଆଯାଇଛି I

Leave a Reply

Your email address will not be published. Required fields are marked *