ଶୋଚନୀୟ ପରାଜୟ ପରେ ଏପରି କହିଲେ ଶୋଏବ୍ ଅଖତର୍ ! କହିଲେ , ପାକିସ୍ତାନ ଅଧିନାୟକ ସରଫରାଜ୍ ଙ୍କ ମୁଣ୍ଡରେ ଟିକେ ହେଲେ ବୁଦ୍ଧି ନାହିଁ

ପାକିସ୍ଥାନ ର କ୍ରିକେଟରେ ଶୋଚନୀୟ ପରାଜୟ ପରେ ପାକିସ୍ଥାନର ପୂର୍ବ ଫାଷ୍ଟ ବୋଲର ଶୋଏବ୍ ଅଖତର ନିଜର ମୁହଁ ଖୋଲିଛନ୍ତି।ସେ କହିଛନ୍ତି ପାକିସ୍ଥାନର ଅଧିନାୟକ ସର୍ଫରାଜ୍ ଙ୍କ ମୁଣ୍ଡରେ ଟିକେ ହେଲେ ବୁଦ୍ଧି ନାହିଁ। ଶୋଏବ ଙ୍କ ମତରେ ପାକିସ୍ଥାନ ଟସ୍ ଜିତିବା ପରେ ନିଜେ ବ୍ୟାଟିଂ କରିବାର ଥିଲା।ସେ କହିଥିଲେ ଯେ ଇତିହାସ ସାକ୍ଷୀ ଅଛି କି ଭାରତ ବିପକ୍ଷରେ ପ୍ୟକ୍ ପ୍ରଥମେ ବୋଲିଂ କଲେ କେବେ ବି ବିଜୟ ହୋଇପାରିବ ନାହିଁ।

ଏବଂ ଏହା ଜାଣିବା ପରେ ମଧ୍ୟ ସର୍ଫରାଜ୍ ପ୍ରଥମେ ଵୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।ଆଉ ଶୋଏବ ଏ କଥା ମଧ୍ୟ କହିଛନ୍ତି “ଆମ ମ୍ୟାନେଜମେଣ୍ଟ ବୋକା।ଆମ ଅଧିନାୟକ ମ୍ୟାନେଜମେଣ୍ଟ ଆଗରେ ବୋକା ହୋଇ ରହିଛି।ତାଙ୍କୁ କିଛି ବି ବୁଝା ପଡୁ ନାହିଁ।ସେ କିଛି ବି କରିପାରିବେ ନାହିଁ।ସେ ଦଶମ ଶ୍ରେଣୀର ଛାତ୍ର ଭଳି ଯାହାକୁ ମ୍ୟାନେଜମେଣ୍ଟ କହେ ଯା ଖେଳିକି ଆସେ “।ଏବଂ ଶୋଏବ ପ୍ରତିଟି ଖେଳାଳିଙ୍କୁ ନେଇ ଆଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *