ପ୍ରାକୃତିକ ଭାବରେ ଆଖିତଳୁ କଳାଦାଗ ହଟାନ୍ତୁ

ଦୁଇ ପଦକ୍ଷପ ନେବାକୁ ପଡିବ କଳାଦାଗକୁ ତିନିଦିନରେ ହଟାଇବାକୁ ହେଲେ ପ୍ରଥମ ପଦକ୍ଷପରେ ଦରକାର ହେବ ଏକ କାକୁଡି ,ଆଳୁ ,ମହୁ ଓ ଆଲୋବେରା ଜେଲ I କାକୁଡିରେ ସ୍କ୍ରବୀକି ଏସିଡ଼ି ଓ କାଫିକି ଏସିଡ଼ି ଉପସ୍ଥିତ ଥାଏ ଯାହା ଆଖରେ ବ୍ଲଡ଼ ସାରକୁଲସନ ବଢ଼ାଇଥାଏ I

ଆଳୁ ଓ କାକୁଡ଼ିର ଉପରିଭାଗକୁ ଛେଲି ତାର ଚୋପାର ରସକୁ ଏକ ବାଉଲୁରେ ରଖନ୍ତୁ ଏବଂ ଏହା ପରେ ଏକ ଚାମଚ ମହୁ ଓ ଏକ ଚାମଚ ଆଲୋବେରା ଜେଲକୁ ସେହି ବାଉଲୁରେ ଥିବା ରସ ସହିତ ମିସାନ୍ତୁ I ଏହାଦ୍ୱାରା ଏକ ହାଇଡ୍ରେଟିଙ୍ଗ ଜେଲ ପ୍ରସ୍ତୁତ ହେବ I ଏହାକୁ ଲଗାଇବା ପୂର୍ବରୁ 10-15 ମିନିଟି ପର୍ଯ୍ୟନ୍ତ ତାକୁ ରେଫରୀଜିରେଟରରେ ରଖନ୍ତୁ ତାପରେ ତାକୁ ଆଖି ପାଖରେ ଥିବା କଳାଦାଗ ଉପରେ ଲଗାନ୍ତୁ I

ଏହାକୁ ଲଗାଇଲାପରେ ଧୀରେ ଧୀରେ ଆଖିତଳୁ ଦାଗ ହଟିବାକୁ ଲାଗିବ I ଦୁତୀୟ ପଦକ୍ଷପରେ ଦରକାର ହେବ ଭିଟାମିନ କ୍ୟାପସୁଲୁ ଓ ଗୋଲାପ ଜଳ I ଭିଟାମିନ କ୍ୟାପସୁଲୁରେ ଭିଟାମିନ ଇ ତେଲ ଓ ଆଲୋବେରା ଉପସ୍ଥିତ ଥାଏ I

ଭିଟାମିନ ଇ କ୍ୟାପସୁଲୁରୁ ଭିଟାମିନ ଇ ତେଲ ଓ ଆଲୋବେରାକୁ କାଢି ଏକ ପ୍ଲେଟରେ ରଖନ୍ତୁ ଏହା ପରେ 4-5 ଡ୍ରପ ଗୋଲାପ ଜଳକୁ ସେହି ପ୍ଲେଟରେ ମିସାନ୍ତୁ ଏହାକୁ ଭଲଭାବରେ ମିଶାଇ ସାରିବା ପରେ
ମିଶ୍ରଣକୁ ଆଙ୍ଗୁଠି ସାହାଯ୍ୟରେ ଆଖି ତଳେ ଥିବା କଳା ସାର୍କଲ ଉପରେ ଲଗାନ୍ତୁ I ଏହାକୁ ଲଗାଇବାପରେ ଆଖି ତଳୁ କଳାସାର୍କଲ ଧୀରେ ଧୀରେ ହଟିବାକୁ ଲାଗିଥାଏ I

Leave a Reply

Your email address will not be published. Required fields are marked *