ଜୟ ଶ୍ରୀରାମ ଶୁଣି ଚିଡିଯାଉଥିବା ମମତା ଙ୍କ ସଭାରେ ପହଁଚିଲା ଶ୍ରୀରାମ ଙ୍କ ଦୂତ ହନୁମାନ

ଜୟଶ୍ରୀରାମ ,ଏହି ନାରା ଶୁଣିଲା ମାତ୍ରେ ତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କିପରି ରାଗି ଯାଉଛନ୍ତି ତାହା ସମସ୍ତଙ୍କୁ ଭଲ ଭାବରେ ଜଣା I ନିକଟରେ ତାଙ୍କ ରାଲି ରେ ଜୟ ଶ୍ରୀରାମ କହିଥିବା କିଛି ବ୍ୟକ୍ତି ଙ୍କୁ ଗିରଫ କରାଇଥିଲେ ପୋଲିସ ଙ୍କୁ ଲଗାଇ I ଏପରିକି ଏହାକୁ ବିରୋଧ କରି ବିଜେପି ପକ୍ଷରୁ ପ୍ରାୟ 10ଲକ୍ଷ ପୋଷ୍ଟ କାର୍ଡ ରେ ଜୟ ଶ୍ରୀରାମ ଲେଖି ମମତା ଙ୍କୁ ପଠାଯାଇଥିଲା Iତେବେ ନିକଟରେ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି କି ଯେଉଁଥିରେ ମମତା ବାନାର୍ଜୀ ଙ୍କ ଏକ ସଭାରେ ଶ୍ରୀରାମ ଙ୍କ ଦୂତ ହନୁମାନ ପହଁଚିଯାଇଛନ୍ତି I

ଆଲୋଚନା ରେ କୁହାଯାଉଛି କି ଜୟ ଶ୍ରୀରାମ ରେ ଚିଡି ଯାଉଥିବା ମମତା ଙ୍କ ସଭାରେ ସ୍ୱୟଂ ଶ୍ରୀରାମ ନିଜେ ଦୂତ ପଠାଇଛନ୍ତି I ତେବେ ଘଟଣା ଟି ସତ ହେଇଥିଲେ ମଧ୍ୟ ଏହା ବହୁ ପୁରୁଣା ଅଟେ I 20 ନଭେମ୍ବର 2012 ରେ କୋଲକତା ର ଚନ୍ଦନ ନଗର ରେ ମମତା ଏକ ସଭାରେ ଭାଷଣ ଦେଉଥିବା ସମୟରେ ଏକ କଳା ମୁଁହା ମାଙ୍କଡ଼(ଯାହାକୁ ସାଧାରଣ ରେ ଆମେ ହନୁ କହିଥାଉ ) ପହଁଚିଯାଇଥିଲା ,ଯାହାକୁ ଦେଖି ମମତା ମା ଚଣ୍ଡିଙ୍କ ମନ୍ତ୍ର ପଢିଥିଲେ ଏବଂ ମାଙ୍କଡ଼ ଟି ସେଠାରୁ ଚାଲିଯାଇଥିଲା I

Leave a Reply

Your email address will not be published. Required fields are marked *