ଦସ୍ତଖତ ତଳେ ଥିବାରୁ ରାଗିଗଲେ ବିଧାୟିକା ,କହିଲେ କଥା ନମାନିଲେ ଉଠ୍‌ବସ୍‌ ହେବ

ନିଜର ଦୁଇ ସମଥର୍କଙ୍କୁ ଡାକି ମଞ୍ଚରେ ବସାଇଲେ, ଦସ୍ତଖତ ରେଜିଷ୍ଟର୍‌କୁ ଚିରି ତାଙ୍କ ନାଁ ଉପରେ ରଖିବାକୁ କହିଲେ

ଆଜି ସୁନ୍ଦରଗଡ ଜିଲ୍ଲା ର ହେମଗିରି ପଞ୍ଚାୟତ ସମିତି ସଭାଗୃହ ରେ ଅନୁଷ୍ଠିତ ନବମ ପଞ୍ଚାୟତ ସମିତି ରେ ଶ୍ରୀମତୀ ଟେଟେ ଏକ ସରକାରୀ କର୍ମଚାରୀ ଙ୍କୁ ଉଠବସ୍ କରାଇବେ ବୋଲି ଧମକ ଦେଇଛନ୍ତି। ଶ୍ରୀମତୀ ଟେଟେ ଆଜି ପ୍ରଥମ ଥର ପାଇଁ ପଞ୍ଚାୟତ ସମିତି ବୈଠକ ରେ ଅତିଥି ଭାବେ ଉପସ୍ଥିତ ଥିଲେ। କିନ୍ତୁ ସେଠାରେ କୁସୁମ ଙ୍କ ପ୍ରୋଟୋକଲ ଉଲଂଘନ ଓ ଅଶାଳୀନ ବ୍ୟବହାର କୁ ନେଇ ସେଠାରେ ଥିବା ଜନପ୍ରତିନିଧି ଙ୍କ ମଧ୍ୟରେ ଆସିନ୍ତୋଷ ଦେଖାଯାଇଥିଲା।

ପ୍ରୋଟୋକଲ ଅନୁସାରେ ସଭମଞ୍ଚ ରେ ଅନଧିକୃତ ବ୍ୟକ୍ତି ଙ୍କ ବସିବା ନେଇ ନିୟମ ନଥିବାବେଳେ ବିଧାୟିକା ନିଜର ଦୁଇ ଜଣ ସମର୍ଥକ ଙ୍କୁ ନେଇ ମଞ୍ଚ ରେ ବସାଇଥିଲେ। ଏହା ସହ ଦସ୍ତଖତ ରେଜିଷ୍ଟର ରେ ତାଙ୍କ ନାମ ତଳେ ଥିବାରୁ ବିଧାୟିକା ଅତ୍ୟନ୍ତ ରାଗିଯାଇ ତାହାକୁ ଚିରି ଦେଇଥିଲେ ଏବଂ ତାଙ୍କ ନାମ ସବା ଉପରେ ଲେଖିବାକୁ ତାଗିଦ୍ କରିଥିଲେ। ଏହା ସହ କର୍ମଚାରୀ ତାଙ୍କ କଥା ନମନିଲେ ତାଙ୍କୁ ଉଠବସ୍ କରାଇଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।

Leave a Reply

Your email address will not be published. Required fields are marked *