ଯୋଗ ଦିବସ ରେ ମୋଦିଙ୍କୁ ଗିଫ୍ଟ ,ବିଜେଡି ୩ଟି ଆସନ ଜିତୁଥିବା ବେଳେ ବିଜେପି ପ୍ରାଥୀଙ୍କୁ କାହିଁକି କହିଲା ମୋର ?

ଗତକାଲିଠୁ କେବଳ ଗୋଟିଏ ଚର୍ଚା I ହଠାତ ନବୀନ ଏପରି ନିଷ୍ପତି କାହିଁକି ନେଲେ ? ରାଜ୍ୟସଭାରେ ତିନୋଟି ଆସନ ଖାଲି ପଡୁଥିବା ବେଳେ ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ତିନୋଟି ଯାକ ବିଜେଡି ହାତକୁ ଯାଇଥାନ୍ତା ,ତେବେ ଗତକାଲିର ପ୍ରାଥୀ ଘୋଷଣା ହେବା ପରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଥିଲେ ଯେ ତୃତୀୟ ପ୍ରାଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ବିଜେଡି ସମର୍ଥନ କରିବ ,ସେ ବିଜେପି ପ୍ରାଥୀI ଏହା ସହଜରେ ଗ୍ରହଣ ହେଇପାରୁନି ସାଧାରଣ ଜନତାଙ୍କର I ନିଶ୍ଚିତ ଥିବା ୩ଟି ଯାକ ଆସନ ରୁ ହଠାତ ନିଜ ଦଳୀୟ ଲୋକଙ୍କୁ ନଦେଇ ବିଜେପି ପ୍ରାଥୀଙ୍କୁ କାହିଁକି ସମର୍ଥନ ଦେବେ ମୁଖ୍ୟମନ୍ତ୍ରୀ ?

ଯାହାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନିଜ ପ୍ରତିଶୃତି ମଧ୍ୟ ରଖିପାରିଲେ ନାହିଁ I ପୂର୍ବରୁ ଚାଉ ପଟନାୟକ ଏବଂ ପାଟଶାଣୀ ବାବାଙ୍କୁ ରାଜ୍ୟସଭା ପଠାଇବେ ବୋଲି କହିଥିଲେ ମଧ୍ୟ ନିଜ ପ୍ରତିଶୃତି ରଖିପାରିନାହାନ୍ତି ମୁଖ୍ୟମନ୍ତ୍ରୀ Iସୂଚନା ଥାଉ କି ଅଶ୍ୱିନୀ ବୈଷ୍ଣବ ଆଇଏଏସ୍‌ ଅଫିସର ଭାବେ ଅବସର ନେଇସାରିଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ କରିଥିଲେ I

Leave a Reply

Your email address will not be published. Required fields are marked *