ପୃଥିବୀକୁ ସୁନା ,ଚାନ୍ଦି କେଉଁଠୁ ଆସିଥାଏ : ଜାଣିଛନ୍ତି କି?

ବିଶ୍ବର ଅନେକ ସ୍ଥାନରେ ଅନେକ ଜିନିଷ ଭରି ହୋଇ ରହିଛି।ଯେପରି ସୁନା, ପ୍ଲାଟିନମ୍, ଚାନ୍ଦୀ, ୟୁରାନିୟମ ଇତ୍ୟାଦି।ଏବେ ପ୍ରଶ୍ନ ଉଠୁଛି ଯେ ଏ ସବୁ ଧାତୁ ପୃଥିବୀକୁ ଆସିଲା କେଉଁଠୁ।ଏହା କଣ ଭୂଗର୍ଭରୁ ରାସାୟନିକ ପ୍ରତିକ୍ରିୟା ଦ୍ଵାରା ସୃଷ୍ଠି ହୋଇଛି କି?ଆମେରିକାର ବୈଜ୍ଞାନିକମାନେ ଏ ସବୁ ଧାତୁ ମିଳିବା ବିଷୟରେ ଏକ ନୂଆ ଅନୁଧ୍ୟାନ ଜାରି କରିଥିଲେ।

ବୈଜ୍ଞାନିକ ମାନେ ଏକ ଅଧ୍ୟୟନ ରୁ ଜାଣିଥିଲେ କି ସୁପର ନୋଭା କାରଣରୁ ପୃଥିବୀକୁ ଏହି ସବୁ ଧାତୁ ମିଳିଛି। ସୁପର ନୋଭା କୌଣସି ଏକ ତାରା ରେ ହୋଇଥିବା ଭୟଂକର ବିସ୍ଫୋରଣ କୁ କୁହାଯାଇଥାଏ।ଏଥିରୁ ବାହାରୁଥିବା ଆଲୋକ ଏତେ ଜୋରଦାର ହୋଇଥାଏ ଯେ କିଛି ସମୟ ପାଇଁ ପୁରା ଆକାଶ ଗଙ୍ଗା ନିଷ୍କ୍ରଭ ହୋଇଯାଇଥାଏ।

ନେଚର୍ ଜର୍ଣାଲ୍ ରେ ହୋଇଥିବା ଅଧ୍ୟୟନ ଅନୁସାରେ ବିଶ୍ୱରେ ପାଖାପାଖି ୮୦ ପ୍ରତିଶତ ଓଜନିଆ ଏବଂ ମୂଲ୍ୟବାନ ତତ୍ତ୍ଵ କୋଲେସ୍ପରସ ପ୍ରକ୍ରିୟା ବେଳେ ବିଶ୍ୱକୁ ଆସିଛି।
କୋଲେସ୍ପରସ ତାରା ଭାଙ୍ଗି ଯିବା ଏକ ଦୁର୍ଲଭ ପ୍ରକ୍ରିୟା ଏବଂ ଏହା ସୁପର ନୋଭା ସମୟରେ ଉତ୍ପନ୍ନ ହୋଇଥାଏ।ଏହି ସମୟରେ ଅତି ମାତ୍ରାରେ ଧାତୁ ଗୁଡ଼ିଏ ଭାଙ୍ଗି ଯାଇଥିବା ତାରାରୁ ବାହାରିଥାଏ।

Leave a Reply

Your email address will not be published. Required fields are marked *