ଉଠ୍‌ବସ୍‌ କରାଇ ଗିରଫ ହେବାର ଦିନକ ପରେ ବିଧାୟକ ଅସୁସ୍ଥ

ଜେଇ ଙ୍କୁ ଉଠ୍‌ବସ୍‌ କରାଇ ସବୁଠୁ ଚର୍ଚ୍ଚାରେ ଥିବା ବିଧାୟକ ସରୋଜ ଗିରଫ ହେବାର ଦିନକ ପରେ ଅସୁସ୍ଥ ହେଇପଡ଼ିଛନ୍ତି I ଗତକାଲି ସନ୍ଧ୍ୟାବେଳେ ବାମ ହାତ ଏବଂ ଛାତି ରେ ବିଧାୟକ ଙ୍କୁ ଯନ୍ତ୍ରଣା ହେବାରୁ ତାଙ୍କୁ ହସ୍ପିଟାଲ ରେ ଭର୍ତି କରାଯାଇଥିଲା ଏବଂ ଡାକ୍ତର ଙ୍କ ଦ୍ୱାରା ତାଙ୍କ ଚିକିତ୍ସା ଚାଲିଛି I ସୂଚନା ଥାଉ କି ପାଟଣାଗଡ଼ ବିଧାୟକ ସର୍ବସାଧାରଣ ରେ ଜଣେ କାର୍ଯ୍ୟରତ ଜେଇ ଙ୍କୁ ଉଠ୍‌ବସ୍‌ କରାଇଥିଲେ ,ଯାହାର ଭିଡିଓ ଭାଇରଲ ହେଇଥିଲା I ଏବଂ ବହୁ ତୁମ୍ବି ତୁଫାନ ପରେ ଶେଷରେ ବିଧାୟକ ଙ୍କୁ ପୋଲିସ ଗିରଫ କରିଥିଲା I

ତେବେ ବିଧାୟକ ଙ୍କ ଗିରଫ ପରର ଶରୀର ଅସୁସ୍ଥ ହେବାପରେ ସୋସିଆଲ ମିଡିଆରେ ବିଧାୟକ ଙ୍କୁ ନେଇ ଅନେକ ମତାମତ ଦେଖିବାକୁ ମିଳୁଛି I ଅନେକ ଲେଖିଛନ୍ତି କି ସାଧାରଣତଃ ଗିରଫ ପରେ ଏ ରାଜନେତା ମାନେ କାହିଁକି ଅସୁସ୍ଥ ହେଇପଡ଼ନ୍ତି ? ଯାହାର କି ଅନେକ ଉଦାହରଣ ମଧ୍ୟ ଦେଇଛନ୍ତି ,ପ୍ରଦୀପ ମହାରଥୀ ଙ୍କ ଠାରୁ ପ୍ରଭାତ ବିଶ୍ୱାଳ ଯାଏଁ I

Leave a Reply

Your email address will not be published. Required fields are marked *