ଏଣିକି ଆପ୍‌ରୁ ମିଳିବ ଅମରନାଥ ଯାତ୍ରାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ସୂଚନା,କେବେ ଯିବେ କିପରି ଯିବେ ସବୁ ତଥ୍ୟ ମିଳିବ ଆପ୍ ରେ

ଅମରନାଥ କୁ ଯିବାକୁ ଥିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ‘ ଶ୍ରୀ ଅମରନାଥ ଜି ସାଇନ୍ ବୋର୍ଡ ‘ ଏକ ନୂତନ ଯୋଜନା କରିଛି। ଏହି ବୋର୍ଡ ଅନୁସାରେ ସେ ଯାତ୍ରୀ ମାନଙ୍କ ପାଇଁ ଏକ ନୂତନ ଆପ ଲଞ୍ଚ କରିଛନ୍ତି। ଏହି ଆପ୍ ଟି ଇଲୋକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ସରକାର ଙ୍କ ରାଷ୍ଟ୍ରୀୟ ଇ ଗଭର୍ଣ୍ଣଶ ଡିଭିଜନ ଦ୍ଵାରା ଡିଜାଇନ୍ ଓ ବିକଶିତ କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ଆପ ଜରିଆରେ ଅମରନାଥ ଯାତ୍ରା କରିବାକୁ ଥିବା ଲୋକଙ୍କୁ ଅନେକ ସୁବିଧା ମିଳିବ ଏବଂ ସମସ୍ତ ସୂଚନା ମଧ୍ୟ ଉପଲବ୍ଧ ହେବ। ଯାହାଦ୍ବାରା ଶ୍ରଦ୍ଧାଳୁ ମାନେ ସମସ୍ତ ପ୍ରକାର ଉପକୃତ ହେବେ ଏବଂ କୗଣ ସମସ୍ୟା ରେ ସମ୍ମୁଖୀନ ହେବେନାହିଁ।

ଯାତ୍ରୀ ମାନେ ଗୁଗଲ ପ୍ଲେ ଷ୍ଟୋର କୁ ଯାଇ meity ନାମକ ଥିବା ଅାପ୍ କୁ ଡାଉନଲୋଡ କରିପାରିବେ। ଏହି ଆପ ସାହାଯ୍ୟ ରେ ଯାତ୍ରୀମାନେ ନିଜ ଯାତ୍ରା ର ଯୋଜନା ବନାଇବେ, ପବିତ୍ର ଗୁମ୍ଫା ରେ ଉପଲବ୍ଧ ସୁବିଧା, ପାଣିପାଗ ର ଭବିଷ୍ୟବାଣୀ, ଏହି ଗୁମ୍ଫା ରେ କିଭଳି ପହଞ୍ଚିବେ, ସ୍ଵାସ୍ଥ୍ୟ ସୂଚନା ଭଳି ସମସ୍ତ ପ୍ରକାର ମହତ୍ୱପୂର୍ଣ୍ଣ ସୂଚନା ସହିତ ଅନଲାଇନ୍ ଟିକେଟ ବୁକିଂ ମଧ୍ୟ କରି ପାରିବେ। ଏହା ସହ ଯାତ୍ରୀ ମାନଙ୍କୁ ଟ୍ରାକ କରିବା ପାଇଁ ଏହି ଅାପ କୁ ମଧ୍ୟ ବ୍ୟବହାର କରିହେବ।

Leave a Reply

Your email address will not be published. Required fields are marked *