ବିଧାନସଭାର ପ୍ରଥମ ଦିନରେ ସହିଦ ଙ୍କୁ ପ୍ରାଥନା ସମୟରେ ଶୋଇପଡ଼ିଲେ ବିଜେଡି ବିଧାୟକ ବିଷ୍ଣୁ ଦାସ

ସୋସିଆଲ ମିଡିଆରେ ଏବେ ଗୋଟିଏ ଫୋଟୋ ଭାଇରଲ ହେବାରେ ଲାଗିଛି I ଯେଉଁଥିରେ କି ବିଜେଡି ର ବରିଷ୍ଠ ନେତା ବିଷ୍ଣୁ ଦାସ ସୋଇପଡିଛନ୍ତି ତାହା ପୁଣି ସହିଦ ଙ୍କ ପାଇଁ ନିରବ ପ୍ରାଥନା ସମୟରେ I ଗତକାଲି ବିଧାନସଭାର ଷୋଡ଼ଶ ଅଧିବେଶନ ଆରମ୍ଭ ହେଇଥିବା ବେଳେ,ପ୍ରଥମ ଦିନରେ ସମସ୍ତ ବିଧାୟକ ଉପସ୍ଥିତ ରହିଥିଲେ I ବିଶେଷ କରି ଏଥରକ ନୂଆ କରି ୫୯ ବିଧାୟକ ବିଧାନସଭା କୁ ଏଣ୍ଟ୍ରି ମାରିଛନ୍ତି I

ଗତକାଲି ପ୍ରଥମ ଦିନରେ ଦିବଂଗତ ନେତା ଓ ସହିଦଙ୍କ ପାଇଁ ନିରବ ପ୍ରାର୍ଥନା ଚାଲୁଥିବା ସମୟରେ ସମସ୍ତ ବିଧାୟକ ଠିଆ ହେଇ ସନମାନ ଦେଇଥିଲେ ,ତେବେ ଏହି ସମୟରେ ନିଜ ଆସନ ରେ ବସିରହିଥିଲେ ବରିଷ୍ଠ ବିଧାୟକ ବିଷ୍ଣୁ ଦାସ ,ଏପରିକି ବିଷ୍ଣୁ ଗଭୀର ନିଦ୍ରାରେ ସୋଇପଡିଥିବା କୁହାଯାଉଛି ଯେଉଁଥିପାଇଁ ସେ ବିଧାନ ସଭାରେ କଣ ହେଉଛି ଜାଣିପାରିନଥିଲେ I

Leave a Reply

Your email address will not be published. Required fields are marked *