ଆଶ୍ରମ ରେ ବ୍ରହ୍ମକୁମାରୀ ଙ୍କୁ ଦୁଷ୍କର୍ମ କଲେ ଆଶ୍ରମ କର୍ମଚାରୀ

ଦିନକୁ ଦିନ ଦୁଷ୍କର୍ମ ବଢି ଚାଲିଥିବା ବେଳେ ବ୍ରହ୍ମକୁମାରୀ ବି ଏଥିରୁ ବାଦ ପଡ଼ିନାହାନ୍ତି I ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି I ସୂଚନାନୁଯାୟୀ ଏକ ବ୍ରହ୍ମକୁମାରୀ ଆଶ୍ରମରେ ଜଣେ ବ୍ରହ୍ମକୁମାରୀ ଙ୍କୁ ଦୀର୍ଘ ୪ ବର୍ଷ ହେଲା ସେହି ଆଶ୍ରମ ର ଜଣେ କର୍ମଚାରୀ ଦୁଷ୍କର୍ମ କରୁଥିଲେ I ଏନେଇ ପୀଡିତା ବ୍ରହ୍ମକୁମାରୀ ଜଣଙ୍କ ଥାନାରେ ଜଣାଇବା ପରେ ଘଟଣା ଚର୍ଚା ର ବିଷୟ ପାଲଟିଛି I ଅଭିଯୁକ୍ତ ଙ୍କ ନାମ ଭଗବାନ ସିଂହ ଅଟେ I

ଅଭିଯୋଗ ଅନୁଯାଇ ଦୀର୍ଘ 4ବର୍ଷ ତଳେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା ଏବଂ କଥା ପ୍ରଘଟ ହେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା I ଏହା ପରଠାରୁ ବାରମ୍ବାର ବ୍ରହ୍ମକୁମାରୀ ଯୁବତୀ ଙ୍କୁ ଧର୍ଷଣ କରୁଥିଲା ଅଭିଯୁକ୍ତ I ତେବେ ସହିବାର ସୀମା ଲଙ୍ଘିବାରୁ ବାଧ୍ୟ ହେଇ ଯୁବତୀ ଜଣଙ୍କ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ I

ପୋଲିସ ଅଭିଯୁକ୍ତ କୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ ଅଭିଯୁକ୍ତ ଘଟଣା କୁ ସ୍ୱୀକାର କରିଛି ଏବଂ କହିଛି କି ସେ ଯୁବତୀ ଙ୍କ ସହମତି ରେ ଶାରୀରିକ ସମ୍ପର୍କ ରଖିଥିଲା I

Leave a Reply

Your email address will not be published. Required fields are marked *