ଭୋକରେ ଆଉଟୁ ପାଉଟୁ ଲୋକଙ୍କୁ ଦେଲେନି, ଶହେ ବସ୍ତା ଚୁଡ଼ା ଗାତଖୋଳି ପୋତିଦେଲେ ବ୍ରହ୍ମଗିରିରେ

ବାତ୍ୟା ଫନି ପୁରୀ ରେ ବ୍ୟାପକ କ୍ଷୟକ୍ଷତି କରି ଚାଲିଯାଇଥିବା ବେଳେ ଏବେବି ପରିସ୍ଥିତି ସ୍ୱାଭାବିକ ହେଇପାରିନାହିଁ I ଶ୍ରୀହୀନ ହେଇଯାଇଥିଲା ପୁରୀ ,ବାତ୍ୟା ପରେ ମୁଠାଏ ଖାଇବାକୁ ଲୋକମାନେ ଡହଳ ବିକଳ ହେଉଥିବା ବେଳେ ବିପନ୍ନମାନଙ୍କୁ ସହାୟତା ଯୋଗାଇଦେବାକୁ ବିଭିର୍ଣ୍ଣ ସଂସ୍ଥା ,ସ୍ବେଛାସେବୀ ଆଗେଇ ଆସିଥିଲେ I

ତେବେ ସହାୟତା ମିଳିଥିବା ରିଲିଫ ବାତ୍ୟା ପୀଡିତ ମାନଙ୍କୁ ଦିଆଯିବା ବଦଳରେ ଖତ ଖାଇଛି I ଏଭଳି ଘଟଣା ଆସିଛି ପୁରୀ ବ୍ରହ୍ମଗିରି ଅଞ୍ଚଳ ରୁ I ଖବର ଅନୁଯାଇ ଶହେ ବସ୍ତା ଚୁଡାକୁ ବ୍ଲକ ପ୍ରଶାସନ ସାତପଡାସ୍ଥିତ ଓଟିଡିସି ପଛପଟ ଚିଲିକା କୂଳରେ ଗାତ ଖୋଳି ପୋତିଦେଇଛି I ଏନେଇ ଗ୍ରାମବାସୀ ପ୍ରସାଶନ ବିରୁଧରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଏହାର ତଦନ୍ତ କରିବାକୁ ଅନୁରୋଧ କରିଥିବା ବେଳେ କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି ସୂଚନା ଦେଇ କହିଛନ୍ତି ଯେ ବାତ୍ୟା ପୂର୍ବରୁ ଲୋକଙ୍କ ପାଇଁ ଚୁଡା ରଖାଯାଇଥିଲା କିନ୍ତୁ ବାତ୍ୟାରେ ନଷ୍ଟ ହେଇଜିବାରୁ ତାହାକୁ ପୋତିଦିଆଯାଇଛି I

ଏହାକୁ କିନ୍ତୁ ସହଜରେ ହଜମ କରିପାରୁନାହାନ୍ତି ଗ୍ରାମବାସୀ I ଯଦି ବାତ୍ୟା ପୂର୍ବରୁ ଆସିଥିଲା ତେବେ ୟା ମଧ୍ୟରେ ବାତ୍ୟାକୁ ଦୁଇମାସ ବିତିବାକୁ ଯାଉଥିବା ବେଳେ ଏ ପର୍ଯ୍ୟନ୍ତ କାହିଁକି ସେସବୁ ରଖାଯାଇଥିଲା ?ବାତ୍ୟା ସମୟରେ ଲୋକଙ୍କୁ କାହିଁକି ଯୋଗାଇ ଦିଆଯାଇନଥିଲା ? ରିଲିଫ ଆସିଥିବା ଚୁଡା ସବୁ ୟେ ନୁହେଁ ତ ? ଏପରି ଅନେକ ପ୍ରଶ୍ନ ଉଠିଛି ଜନସାଧାରଣ ଙ୍କ ମନରେ ଯାହାର ତଦନ୍ତ ହେବା ନିହାତି ଦରକାର I

Leave a Reply

Your email address will not be published. Required fields are marked *