ସୁନ୍ଦରଗଡ ଜିଲ୍ଲାପାଳ ଙ୍କ ସୁନ୍ଦର ଅୟସ ,ସରକାରୀ ଅର୍ଥରେ ୪ ଲକ୍ଷ ଟଙ୍କାରେ କିଣିଛନ୍ତି ମଶାରୀ ଜାଲି

ପ୍ରଶାସିକା/ପ୍ରଶାସକ ମାନେ ରାଜନୀତି କୁ ଆସି ଚର୍ଚ୍ଚାରେ ଥିବାବେଳେ ସରକାରୀ ଅର୍ଥର ମନଇଛା ଖର୍ଚ ପାଇଁ ଏବେ ଚର୍ଚାକୁ ଆସିଛନ୍ତି ସୁନ୍ଦରଗଡ ର ଜିଲ୍ଲାପାଳ I ଓଡିଶା ଭଳି ଏକ ଗରିବ ରାଜ୍ୟରେ ଜିଲ୍ଲାପାଳ ଙ୍କ ପୂର୍ବ ସରକାରୀ ବାସଭବନ ର ମରାମତି ପାଇଁ ଲକ୍ଷାଧିକ ଟଙ୍କାର ଖର୍ଚ ସମସ୍ତଙ୍କୁ ଚକିତ କରିଦେଇଛି I

ଖବର ଅନୁଯାଇ ସୁନ୍ଦରଗଡ ଜିଲ୍ଲାପାଳ ତଥା ବରିଷ୍ଠ ଆଇଏଏସ ଅଫିସର ରଶ୍ମିତା ପଣ୍ଡା ଙ୍କ ନାମରେ ଆସିଛି ସାଙ୍ଘାତିକ ଅଭିଯୋଗ I

ଜିଲ୍ଲାପାଳ ହେବା ପୂର୍ବରୁ ଆରଡିଏ ବା ରାଉରକେଲା ଉନ୍ନୟନ କର୍ତୃପକ୍ଷର ଉପାଧ୍ୟକ୍ଷ ଥିଲେ ବର୍ତମାନର ଜିଲ୍ଲାପାଳ ରଶ୍ମିତା ପଣ୍ଡା I ତେବେ ସେତେବେଳେ ସେ ରହୁଥିବା ସରକାରୀ କ୍ୱାର୍ଟର ର ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କାର ଖର୍ଚ୍ଚ କରାଇଥିଲେ ,ଯାହାର କି ଆର୍ଟିଆଇ ଦ୍ୱାରା ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ସୂଚନା ଅଧିକାର କର୍ମୀ ରଶ୍ମିରଞ୍ଜନ ପାଢୀ I ସୂଚନା ଅନୁଯାଇ ଯେତେବେଳେ ସେ ଉପାଧ୍ୟକ୍ଷ ଥିଲେ ଉଦିତ୍ ନଗର ଅଂଚଳରେ ଥିବା ଆରଡିଏ ଉପାଧ୍ୟକ୍ଷଙ୍କ ସରକାରୀ ବାସଭବନରେ ରହିବାକୁ ପୁନରୁଦ୍ଧାର ପାଇଁ ଟେଣ୍ଡର ଡାକିଥିଲେ

I କିନ୍ତୁ ସରକାରୀ ନିୟମ ମୁତାବକ ଏହି ଟେଣ୍ଡର ଡକାନଯାଇ ମନଇଛା ଖର୍ଚ ହେଇଥିବା ଅଭିଯୋଗ ହେଇଚି I ପୁନରୁଦ୍ଧାର ପାଇଁ ପାଖାପାଖି 6ଲକ୍ଷ ଟଙ୍କା ବ୍ୟୟବରାଦ କରାଇଥିଲେ I ଯାହାର କି ସମ୍ପୂର୍ଣ୍ଣ ତାଲିକା ଦେଇଛି ଆରଡିଏ I

ତେବେ ତଥ୍ୟ ଅନୁଯାଇ କେବଳ ସରକାରୀ ବାସଭବନ ର ମଶା ଙ୍କ ପ୍ରତିରୋଧ ପାଇଁ ୪ ଲକ୍ଷ, ୪ ହଜାର ୪୭୧ ଟଙ୍କା ଖର୍ଚ୍ଚ ହେଇଛି I ଏହାବାଦ ଜଳ ଯୋଗାଣ ପାଇଁ ୪ ଲକ୍ଷ, ଡାଇନିଂ ରୁମ୍ ସାଜସଜା ପାଇଁ ୪,ପାଚେରୀର ମରାମତି ପାଇଁ ୮ ଲକ୍ଷ ,ଏହିଭଳି ଭାବରେ ସର୍ବମୋଟ ଭାବରେ 6ମାସ ମଧ୍ୟରେ ୬୮ ଲକ୍ଷ ୫୭ ହଜାର ୯୫୦ ଟଙ୍କାଖର୍ଚ କରିଛନ୍ତି ବର୍ତମାନର ଜିଲ୍ଲାପାଳ ତଥା ସେତେବେଳ ର ଆରଡିଏ ଉପାଧ୍ୟକ୍ଷ I ତେବେ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଜିଲ୍ଲପାଳ I

Leave a Reply

Your email address will not be published. Required fields are marked *