ଅଗଷ୍ଟ ୧୮ ପାରାଦ୍ୱୀପରେ, ୨୭ ରେ ସମ୍ବଲପୁର ଭିଏସଏସ ଷ୍ଟାଡିଅମ ରେ ସୈନ୍ୟବାହିନୀ ନିଯୁକ୍ତି ରାଲି ,ଜାଣନ୍ତୁ କିପରି ଆବେଦନ କରିବେ

ସୈନ୍ୟ ବାହିନୀରେ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରିଛି I ଯେଉଁଥିରେ କି ବିଭିର୍ଣ୍ଣ ପଦବୀ ପାଇଁ ଯୁବକ ଯୁବତୀ ମାନେ ଆବେଦନ କରିପାରିବେ I Soldier General Duty ପାଇଁ ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ ପାସ ଥିବାବେଳେ ଅତି କାମରେ 45% ରଖିଥିବା ବାଧ୍ୟତାମୂଳକ I Soldier Technical ପାଇଁ +2 ଥିବାବେଳେ ଅତିକମରେ ଫିଜିକ୍ସ ,କେମେଷ୍ଟ୍ରି ,ମ୍ୟାଥ ମେଟିକ୍ସ ରେ 50% ମାର୍କ ରଖିଥିବେ I

ସେହିଭଳି ଷ୍ଟୋର କିପର ,କ୍ଲର୍କ,ଏବଂ ନର୍ସିଙ୍ଗ ଆସିଷ୍ଟାଣ୍ଟ ପାଇଁ ପଦବୀ ବାହାରିଛି I ସେହିଭଳି Soldier ଟ୍ରେଡ଼ସ ମ୍ୟାନ ପାଇଁ ମାଟ୍ରିକ ଥିବାବେଳେ ,ହାଉସ ଜଗୁଆଳି ,ମେସ ଜଗୁଆଳି ପାଇଁ ଶିକ୍ଷାଗତ ଯୋଗ୍ୟତା ଅଷ୍ଟମ ରହିଛି I ବୟସ 17ବର୍ଷରୁ 23ବର୍ଷ ମଧ୍ୟ ହେଇଥିବ I ଯୋଗ୍ୟ ପ୍ରାଥୀ ମାନେ ତଳେ ଥିବା ୱେବସାଇଟ ରେ

ନିଜର ନାମ ପଞ୍ଜିକରଣ କରିପାରିବେ ଏବଂ ଡା଼କଯୋଗେ/ ଇ-ମେଲ ଦ୍ୱାରା ଆଡମିଟ କାର୍ଡ ଆସିଲା ପରେ ରାଲିରେ ଭାଗ ନେଇପାରିବେ I ଏଥିପାଇଁ ଆବେଦନ ଦେୟ ସମ୍ପୂର୍ଣ୍ଣ ମାଗଣା ଅଟେ I ତେବେ ଏହା ଦୁଇଟି ପର୍ଯାୟରେ ହେବ ପ୍ରଥମତଃ ପାରାଦୀପ ର ଗୋପବନ୍ଧୁ ଷ୍ଟାଡିୟମରେ ଆସନ୍ତା ୧୮ ଅଗଷ୍ଟଠାରୁ ୨୪ ଅଗଷ୍ଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I

ପ୍ରାଥୀମାନେ ୧୯ ଜୁନ ୨୦୧୯ରୁ ୨ ଅଗଷ୍ଟ ୨୦୧୯ ମଧ୍ୟରେ ଅନ୍ଲାଇନ୍ ରେ ନିଜର ନାମ ରେଜିଷ୍ଟ୍ରେସନ କରିବେ I ତେବେ ଏଥିରେ ଯୋଗ ନେବାକୁ କେବଳ ଉପକୂଳବର୍ତ୍ତୀ ଅଞ୍ଚଳର 10ଟି ଜିଲ୍ଲା ଭାଗ ନେଇପାରିବେ I ବିଶେଷ କରି କଟକ,ଜଗତସିଂହପୁର,ଖୋର୍ଦ୍ଧା,ନୟାଗଡ଼, ପୁରୀ କେନ୍ଦ୍ରାପଡ଼ା, ମୟୁରଭଞ୍ଜ, ବାଲେଶ୍ଵର,ଭଦ୍ରକ , ଯାଜପୁର,ଜିଲ୍ଲାର ପିଲାମାନେ ପ୍ରଥମ ପର୍ଯ୍ୟାୟ ରାଲି ପାରାଦୀପ ପାଇଁ ଯୋଗ୍ୟ ହେଉଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ରାଲି ସମ୍ବଲପୁର ଭିଏସଏସ ଷ୍ଟାଡିଅମ ରେ ରାଲି ପାଇଁ ପ୍ରାଥୀମାନେ 28ଜୁନ ରୁ ଅଗଷ୍ଟ 11 ତାରିଖ ମଧ୍ୟରେ ଅନଲାଇନ ରେ ରେଜିଷ୍ଟ୍ରେସନ କରିପାରିବେ I

ଅଗଷ୍ଟ 27ରୁ 31ପର୍ଯ୍ୟନ୍ତ ଭିଏସଏସ ଷ୍ଟାଡିଅମ ରେ ରାଲି ହେବ I ସମ୍ବଲପୁର ରାଲିପାଇଁ ଢେଙ୍କାନାଳ , ଅନୁଗୁଳ ,ବଲାଙ୍ଗୀର ,ବରଗଡ ,ଦେଓଗଡ ,କେଉଁଝର ,ସମ୍ବଲପୁର ,ଝାରସୁଗୁଡା ,ସୁବର୍ଣପୁର ,ଝାରସୁଗୁଡା ଜିଲ୍ଲାର ପ୍ରାଥୀମାନେ ଆବେଦନ କରିପାରିବେ I

Leave a Reply

Your email address will not be published. Required fields are marked *