ବୃଦ୍ଧାଶ୍ରମରେ ଅନ୍ତେବାସୀଙ୍କ ସହ ଓ ଗଛଲଗାଇ ପାଳିଲେ ବିବାହ ବାର୍ଷିକୀ

ନିଆରା ଢଙ୍ଗରେ ପାଳନ କଲେ ବିବାହ ବାର୍ଷିକୀ।ନା ଥିଲା କେକ୍ ନା ଭୋଜିଭାତର ଆସର।ବିବାହ ର ଦ୍ବିତୀୟ ବାର୍ଷିକୀ ରେ ଓଡଗାଂଁ ପଥରା ବୃଦ୍ଧାଶ୍ରମରେ ଅନ୍ତେବାସୀ ଙ୍କୁ ସକାଳ ଜଳଖିଆ ବାଣ୍ଟିବା ସହ ୨ ଟି ବର , ଓସ୍ତ ଏବଂ ଔଷଧୀୟ ଚାରା ରୋପଣ କରି ପାଳିଲେ ବିବାହ ବାର୍ଷିକୀ ନୟାଗଡ ଶରଣକୂଳ ବିଦ୍ୟୁତ ବିଭାଗ କର୍ମଚାରୀ ଜ୍ଞାନ ରଞନ ଓ ପତ୍ନୀ କାଜଲ ତ୍ରୀପାଠୀ

।ବିବାହ ବାର୍ଷିକୀ ରେ ସାଧାରଣତଂଃ ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଡାକି କେକ କଟାଯିବା ସହ ଭୋଜି ଭାତର ଆସର ଜମିଥାଏ।ଏପରିକି ଘର ହେଉ ରେସ୍ତୋରାଂଁ ରେ ପାଳନ କରାଯାଇ ବହୁ ଖର୍ଚ୍ଚାନ୍ତ ହେବାକୁ ପଡେ।ମାତ୍ର ଜ୍ଞାନଙ୍କ କ୍ଷେତ୍ର ରେ ଥିଲା କିଛି ଅଲଗା।

ବର୍ତ୍ତମାନର ପରିବେଶ ର ପ୍ରଦୂଷଣ ଭୟାନକ ଭାବେ ବଢିଛି।ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷରୋପଣ।ଏଥିପ୍ରତି ସଚେତନତା ସୃଷ୍ଟି କରିବାପାଇଂଁ ଏହି ଦମ୍ପତ୍ତି ସେମାନଙ୍କ ଦ୍ବିତୀୟ ବିବାହ ବାର୍ଷିକୀ କୁ ଏଭଳି ଭାବେ ପାଳନ କରିୀ କହିଛନ୍ତି କି”ପ୍ରତ୍ୟେକ ବ୍ୟକ୍ତି ଗୋଟାଏ ବର୍ଷରେ ନିଜର ଜନ୍ମଦିନ , ବିବାହ ବାର୍ଷିକୀ କିମ୍ବା କୌଣସି ଶୁଭ ଅବସରରେ ଅତିକମରେ ଗୋଟାଏ ଗଛ ଲଗାଇବା ଉଚିତ୍” ।

ଏହା ଫଳରେ ପରିବେଶ ସନ୍ତୁଳନ ହେବା ସହ ଆଗାମୀ ପିଢ଼ି ପାଇଁ ଏକ ସୁନ୍ଦର ଭବିଷ୍ୟତର ପରିକଳ୍ପନା କରାଯାଇପାରିବ ।ଗୋଟେ ବର୍ଷରେ ଗୋଟେ ଗଛର କାର୍ଯ୍ଯ ୧୦ ଟି AC ପରି ଶୀତଳତା ଦିଏ …୨୯୦୦ ଗାଲୋନର ବ୍ରୁଷ୍ଟିପାତ କରାଏ ,,,,,୨୮ କେ.ଜି ଦୂଷିତ ବାୟୁକୁ ପରିସ୍କୂତ କରେ।ଏଣୁ ଆସନ୍ତୁ, ବାହାନା କ’ଣ ବି ହେଉ କିନ୍ତୁ, ପରିବେଶ ପାଇଁ ଗଛ ଟିଏଲାଗୁ।

Leave a Reply

Your email address will not be published. Required fields are marked *