ସୃଷ୍ଟିରେ ଏମିତି ଅନେକ ରହସ୍ୟ ରହିଥାଏ ଯାହାକୁ ସାଧାରଣତଃ ମନୁଷ୍ୟ ପାଖରେ ବୁଝିବା ସମ୍ଭବ ହେଇନଥାଏ I ତେବେ କୁହାଯାଏ କି ଭଗବାନ ଧରା ପୃଷ୍ଠରେ ଜନ୍ମ ନେଇଥିବାରୁ ତାଙ୍କର ଅଧିକାଂଶ ପ୍ରିୟ ଜିନିଷ କୁ ପୃଥିବୀରେ ଦେଖିବାକୁ ମିଳେ ,ତନ୍ମଧ୍ୟରୁ ବ୍ରହ୍ମକମଳ ଅନ୍ୟତମ I
ଏହା ଦେଖିବାକୁ ଯେପରି ସୁନ୍ଦର ଏହାର ଦୈବୀଗୁଣ ମଧ୍ୟ ସେତିକି ଚମତ୍କାର Iଫୁଲର ନାମରୁ ଏହାର ଯଥାର୍ଥତା ଜାଣିପାରୁଥିବେ ,ବ୍ରହ୍ମ ମାନେ ବ୍ରହ୍ମା ଏବଂ କମଳ ମାନେ ପଦ୍ମଫୁଲ ,ଅର୍ଥାତ କୁହାଯାଏ କି ବ୍ରହ୍ମା ନାଭିଦେଶ ରୁ ଏହାର ସୃଷ୍ଟି ହେଇଥିବାରୁ ଏହାର ନାମ ବ୍ରହ୍ମକମଳ ରହିଆସିଛି I ତେବେ ଶାସ୍ତ୍ର କିନ୍ତୁ କିଛି ଅଲଗା କହେ I ଶାସ୍ତ୍ରନୁଯାଇ ଯେତେବେଳେ ଗଣେଶ ଙ୍କ ମସ୍ତକ କୁ ସ୍ୱୟଂ ତାଙ୍କ ପିତା ଶିବ କାଟିଦେଇଥିଲେ ଏବଂ ପରେ ଏକ ହାତୀର ମୁଣ୍ଡ ଲଗାଯାଇଥିଲା ତାହା ଜୀବନଦାନ ପାଇନଥିଲା ,ତେଣୁ ମା ପାର୍ବତୀ ଙ୍କ ଅନୁରୋଧ ରକ୍ଷାକରି ସ୍ୱୟଂ ବ୍ରହ୍ମା ଏକ ଫୁଲ ସୃଷ୍ଟି କରିଥିଲେ ଏବଂ ଏହି ଫୁଲରେ ଗଣେଶ ଙ୍କ ଉପରେ ପାଣି ସିଞ୍ଚି ଦେବାପରେ ଗଣେଶ ସଙ୍ଗେ ସଙ୍ଗେ ଜୀବଦାନ ପାଇଥିଲେ I
ଯେହେତୁ ସ୍ୱୟଂ ବ୍ରହ୍ମା ଏହାକୁ ସୃଷ୍ଟି କରିଥିଲେ ଏହି କାରଣରୁ ଏହାକୁ ବ୍ରହ୍ମକମଳ ଫୁଲ କୁହାଯାଏ I ଏହାକୁ ସାଧାରଣ ତା ସ୍ୱର୍ଗର ଫୁଲ କୁହାଯାଉଥିଲେ ମଧ୍ୟ ଏହା ହିମାଳୟ ରେ ଫୁଟିଥାଏ I ଏହା ଅତ୍ୟନ୍ତ ବିରଳ ଏବଂ ଦୁର୍ଲଭ ଅଟେ I ଏପରିକି ବ୍ରହ୍ମକମଳ ଫୁଲ କୁ ଉତ୍ତରାଖଣ୍ଡ ର ଜାତୀୟ ଫୁଲ ଭାବେ ମଧ୍ୟ ଘୋଷଣା କରାଯାଇଛି Iବ୍ରହ୍ମକମଳ ଫୁଲର ବିଶେଷତ୍ୱ ହେଉଛି ଏହା ସନ୍ଧ୍ୟା ସମୟରେ ଫୁଟିଥାଏ ଏବଂ ନିସବ୍ଧ ରାତ୍ରିରେ ବାସ୍ନାର ମହକରେ ସାରା ଅଞ୍ଚଳ ମହକାଇ କିଛିସମୟ ମଧ୍ୟରେ ମଉଳି ଯାଇଥାଏ I
ଏହି ସମୟ ମଧ୍ୟରେ ଯଦି ଏହି ଫୁଲକୁ କେହି ଦେଖିନିଏ ତେବେ ବିଶ୍ୱାସ ରହିଛି କି ସମସ୍ତ ମନସ୍କାମନା ପୂର୍ଣ୍ଣ ହେଇଥାଏ I