ଭାରତକୁ ଅଖତରଙ୍କ ନିବେଦନ, ସେମି ଯିବା ପାଇଁ ଆମକୁ ସାହାଯ୍ୟ କର

ଚାଲିଛି ବିଶ୍ୱକପ୍ ସିଜିନ।ବିଶ୍ୱକପ୍ ରେ ପାକିସ୍ଥାନର ସେମିଫାଇନାଲ ର ଆଶା ମଉଳିବାକୁ ଲାଗିଛି।ଦଳ ପରବର୍ତ୍ତୀ ଦୁଇ ମ୍ୟାଚ୍ ଆଫଗାନିସ୍ଥାନ ଓ ବାଂଲାଦେଶ ବିପକ୍ଷରେ ଜିତିଲେ ହିଁ ସେମି ଫାଇନାଲରେ ସ୍ଥାନ ପକ୍କା ହେବାର ସମ୍ଭାବନା ରହିଛି।ତଥାପି ପାକିସ୍ଥାନକୁ ଅନ୍ୟ ଦଳର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ।ସେମିଫାଇନାଲରେ ପହଞ୍ଚିବାକୁ ଭାରତ ହିଁ ପାକିସ୍ଥାନକୁ ସାହାଯ୍ୟ କରିବ ବୋଲି କହିଛନ୍ତି ଅଖତର।ପୂର୍ବତନ ପାକିସ୍ଥାନୀ ଦୃତ ବୋଲର ଶୋହେବ ଅଖତର ୟୁଟ୍ୟୁବ୍ ଚ୍ୟାନେଲ ରେ ଏକ ଭିଡିଓ ଛାଡିଛନ୍ତି।

ଭାରତର କିଭଳି ସାହାଯ୍ୟରେ ପାକିସ୍ଥାନ ସେମି ଫାଇନାଲରେ ପ୍ରବେଶ କରିବ ତାହା ଉପରେ ସେ ଏହି ଭିଡିଓ ରେ କହିଛନ୍ତି।ସେମି ଫାଇନାଲ ପାଇଁ ଈଂଲଣ୍ଡ ବିପକ୍ଷ ମ୍ୟାଚ୍ କୁ ଭାରତ ଜିତିଲେ ଆୟୋଜକ ଦଳ ବିଦା ହେବ।ଅନ୍ୟ ପକ୍ଷରେ ତାର ପରବର୍ତ୍ତୀ ଦୁଇଟି ଯାକ ମ୍ୟାଚ୍ ଆଫଗାନିସ୍ଥାନ ଏବଂ ବାଂଲାଦେଶ ଜିତି ୧୧ ପଏଣ୍ଟ ସହ ସେମି ଫାଇନାଲ ର ସ୍ଥାନ ପକ୍କା କରିବ।ଏଥିଲାଗି ଭାରତର ସ୍ଥାନ ନିଶ୍ଚିତ ପାକିସ୍ଥାନକୁ ଦରକାର।ସେ ଭାରତକୁ ନିବେଦନ କରିଛି କି ଆମକୁ ସାହାଯ୍ୟ କର ଆମେ ସେମି ଫାଇନାଲରେ ଖେଳିବୁ।ମୁଁ ଅନୁଭବ କରୁଛି ପାକିସ୍ଥାନ ଲୟକୁ ଫେରିଛି।କେବଳ ଭାରତ ଉପରେ ଭରସା,ତୁମେ ଈଂଲଣ୍ଡକୁ ହରାଓ ଆମେ ଦୁଇ ମ୍ୟାଚ୍ ଜିତିବୁ।

Leave a Reply

Your email address will not be published. Required fields are marked *