ମହାପ୍ରଭୁଙ୍କ ଗୁଣ୍ଡିଚା ଯାତ୍ରା : ନୂଆପାଟଣାରୁ ଶ୍ରୀକ୍ଷେତ୍ର ଗଲା ଗୀତଗୋବିନ୍ଦ ଖଣ୍ଡୁଆ ପାଟ

ବର୍ତ୍ତମାନ ମହାପ୍ରଭୁ ଙ୍କ ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି। ଏହି ଯାତ୍ରା ରେ ଆବଶ୍ୟକ ପଡୁଥିବା ମହାପ୍ରଭୁ ଙ୍କ ଅତି ପ୍ରିୟ ଗୀତଗୋବିନ୍ଦ ଖଣ୍ଡୁଆ ପାଟ ଓ ତାରାବଳି ପାଟ ବର୍ତ୍ତମାନ କଟକ ଜିଲ୍ଲା ର ତିଗିରିଆ ବ୍ଲକ୍ ଅନ୍ତର୍ଗତ ନୁଆପାଟଣା ର କାରିଗର ଙ୍କ ଦ୍ଵାରା ଶେଷ ହୋଇ ବର୍ତ୍ତମାନ ମନ୍ଦିର ପ୍ରଶାସନ ପାଖରେ ପହଞ୍ଚି ସରିଛି। ପୂର୍ବରୁ ଏହି ପାଟ ସିଧାସଳଖ ମନ୍ଦିର ପ୍ରଶାସନ କୁ ହସ୍ତାନ୍ତର କରାଯାଉଥିଲା କିନ୍ତୁ ବାର୍ତ୍ତା ସରକାରୀ ସଂସ୍ଥା ସେରିଫେଡ ଓ ବୟନିକା ମାଧ୍ୟମ ରେ ଏହା ମନ୍ଦିର ପ୍ରଶାସନ ପାଖରେ ପହଞ୍ଚିଛି ବୋଲି ସୂଚନା ରହିଛି।

ସୂଚନା ମୁତାବକ ନୁଅାପାଟଣା ପଞ୍ଚାୟତ ସାନସାହି ର ବୁଣାକାର ବିଶ୍ଵନାଥ ଗୁଇଁ ଙ୍କ ବାପା ଜେଜେ ଅମଳ ରୁ ନିଷ୍ଠା ର ସହ ହବିଶ୍ୟ ଅନ୍ନ ଭକ୍ଷଣ କରି ମହାପ୍ରଭୁ ଙ୍କ ଗୁଣ୍ଡିଚା ଯାତ୍ରା ପାଇଁ ଏହି ପାଟ ପ୍ରସ୍ତୁତ କରିଥାନ୍ତି। ପୂର୍ବରୁ ତାଙ୍କ ବଡ଼ ଜେଜେ କାଳନ୍ଦୀ ପଟୁଆଳ, ଜେଜେ ଗୋପୀନାଥ ଗୁଇଁ, ବାପା ସୁଦାମ ଗୁଇଁ ଏହି କାର୍ଯ୍ୟ କରୁଥିଲେ। ସେ ତାଙ୍କ ବାପା ଙ୍କ ସହ କାର୍ଯ୍ୟ ରେ ସାହାଯ୍ୟ କରୁ କରୁ ନିଜେ କାର୍ଯ୍ୟ ଶିଖି ଯାଇଥିଲେ। ଏହା ପରେ ୧୯୯୬ ରୁ ସେ ଶ୍ରୀମନ୍ଦିର ପ୍ରଶାସନ କୁ ଏହି ସେବା ଯୋଗାଇ ଆସୁଛନ୍ତି। ଶ୍ରୀ ଗୁଣ୍ଡିଚା ଯାତ୍ରା ପାଇଁ ଆବଶ୍ୟକ ହେଉଥିବା ଗୀତଗୋବିନ୍ଦ ଖଣ୍ଡୁଆ ପାଟ ସହିତ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ବସ୍ତ୍ର ଯେପରି କି ନଗପୁରି ପାଟ, ଷଷ୍ଠୀ ପାଟ ଏବଂ ମହାପ୍ରଭୁ ଙ୍କ ଅନ୍ୟାନ୍ୟ ନୀତି ପାଇଁ ଆବଶ୍ୟକ ସମସ୍ତ ପାଟ ସେ ନିଜେ ଘରେ ପ୍ରସ୍ତୁତ କରନ୍ତି।ଏବେ ବର୍ଷ ତମାମ ମାନସିକଧାରୀ ମାନେ ନିଜ ମନସ୍କାମନା ପୂର୍ଣ୍ଣ ହେବା ପରେ ମହାପ୍ରଭୁ ଙ୍କୁ ଦେବାପାଇଁ ବିଭିନ୍ନ ପ୍ରକାର ପାଟ ଶ୍ରୀ ଗୁଇଁ ଙ୍କ ପାଖରୁ ନେଇଥାନ୍ତି।

Leave a Reply

Your email address will not be published. Required fields are marked *