ଅସୀମା ଙ୍କ ସମ୍ବଲପୁରି ଗୀତ ଜିଗରବାଲା ୟୁଟ୍ୟୁବ ରେ 5କୋଟି ଭିୟୁଜ ଛୁଇଁଲା,କମାଲ କଲେ ଅସୀମା

ବର୍ତମାନ ଡିଜିଟାଲ ଯୁଗରେ ଓଡ଼ିଆ ଆଲବମ ବନ୍ଦ ହେଇଜିବାକୁ ଲାଗିଥିବା ବେଳେ ହଠାତ ୟୁଟୁବ ର କ୍ରେଜ ପୁଣିଥରେ ଆଲବମ କୁ ନୂଆ ଭାବରେ ଡିଜିଟାଲ କରିଦେଇଛି I ୟୁଟୁବ ରେ ଅନେକ ସଂଗୀତ ଚାନେଲ ଥିବାବେଳେ ସଂଗୀତକାର ମାନେ ସିଧାସଳଖ ସେମାନଙ୍କ ଦର୍ଶକ ମାନଙ୍କ ପାଖରେ ନିଜ ଗୀତ ପହଞ୍ଚାଇପାରୁଛନ୍ତି I ତେବେ ଓଡ଼ିଶାରେ ଯେଉଁ କେତେଜଣ ନାମିଦାମୀ କଣ୍ଠଶିଳ୍ପୀ ଦର୍ଶକ ଙ୍କ ହୃଦୟ ଛୁଇଁ ପାରିଛନ୍ତି ତନ୍ମଧ୍ୟରୁ ଅସୀମା ପଣ୍ଡା ଅନ୍ୟତମ I ୟୁଟୁବ ରେ କେବଳ ଅସୀମା ଙ୍କ ଗୀତ ଛାଇ ଯାଇଥିବା ବେଳେ ଏବେ ଏକ ବିରଳ ରେକର୍ଡ କରିଛି ଅସୀମା ଙ୍କ ଗୀତ I

ପୂର୍ବରୁ କିଛି ଗୀତ ପାଖାପାଖି 10 ରୁ 40ମିଲିଅନ୍ସ ମାନେ ଚାରିକୋଟି ପର୍ଯ୍ୟନ୍ତ ଦର୍ଶକ ମାନଙ୍କ ପାଖରେ ପହଁଚି ପାରିଛି ,ଯେଉଁଥିରେ କି ଅସୀମା ଙ୍କର କିଛି ଗୀତ ମଧ୍ୟ ରହିଛି ଏଇ ଯେପରି ମଣ୍ଟୁ ଛୁରିଆ ଙ୍କ ସହିତ ସେଲ୍ଫି ବେବୋ ସାଢେ ୩କୋଟି ଭିୟୁଜ ,ତୋର ଲାଗି ମୋର ଦିଲ ଦିୱାନା ହେଲା ,ଦେଶୀ ପିଲା ୩କୋଟି ଭିୟୁଜ ହେଇପାରିଥିବା ବେଳେ ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କ କେମିତି ଭୁଲିବି ସେ ଅଭୁଲା ଦିନ 3.7 କୋଟି ଭିୟୁଜ ଏବଂସେହି ଗୀତର ଫିମେଲ ଭର୍ସନ ରେ ଅମ୍ରିତା ନାୟକଙ୍କ କଣ୍ଠରେ 3.5କୋଟି ଦର୍ଶକ ଦେଖିସାରିଲେଣି I

ଏହିପରି ଅନେକ ଗୀତ ରହିଛି I ତେବେ ପ୍ରଥମଥର ପାଇଁ କୌଣସି ଏକ ଓଡ଼ିଆ ଗୀତ ସବୁ ରେକର୍ଡ ଭାଙ୍ଗିଦେଇଛି ,ତାହା ହେଉଛି ସମ୍ବଲପୁରୀ ଗୀତ ଜିଗରବାଲା I

ଯାହାକୁ ମଣ୍ଟୁ ଛୁରିଆ ଏବଂ ଅସୀମା ପଣ୍ଡା ଗାଇଛନ୍ତି I ଗୀତଟି ୟୁଟୁବ ରେ ବର୍ତମାନ ସୁଦ୍ଧା 5କୋଟି 20ଲକ୍ଷ ଭିୟୁଜ ସାଉଁଟିସାରିଲାଣି ,ଯାହାକି ଓଡ଼ିଆ ଗୀତ ଜଗତରେ ଏକ ବୀରଳ କଥା I

Leave a Reply

Your email address will not be published. Required fields are marked *