ଓଡ଼ିଆରେ ଗଲେ 34 କିଲୋମିଟର,ଇଂରାଜୀରେ ଗଲେ 43 କିଲୋମିଟର କେଉଁବାଟେ ଯିବେ

ଆଜିକା ଯୁଗରେ ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ବାଟ ଅଜଣା ହେଇଥାଏ ତେବେ ଚିନ୍ତା କରିବାର କିଛିନାହିଁ ,କାହିଁକିନା ରାସ୍ତା ଦୁଇ ପାର୍ଶ୍ୱରେ ପୂର୍ତ୍ତ ବିଭାଗ ଦ୍ୱାରା ବଡ ବଡ ହୋଡିଂ ରେ ଦୂରତା ସଂକ୍ରାନ୍ତୀୟ ସୂଚନା ଦିଆଯାଇଛି I ଯାହାକୁ ଦେଖି ଆପଣ ଅତି ସହଜରେ ପହଁଚିପାରିବେ I ଏଥିପାଇଁ ଓଡ଼ିଆ ଏବଂ ଇଂରାଜୀ ରେ ଲେଖାଯାଇଥିବାର ଆପଣ ଦେଖିବାକୁ ପାଇବେ ,ତେବେ ଗୋଟିଏ ଜାଗା କୁ ଓଡ଼ିଆ ରେ ଗଲେ କମ ବାଟ ଏବଂ ଇଂରାଜୀରେ ଗଲେ ଅଧିକ ବାଟ ହେବ ବୋଲି ଯଦି କୁହାଯାଏ ଆପଣ ଭାବିବେ ଯେ କହୁଥିବା ଲୋକଟି ନୀଚେ ପାଗଳ ଅଟେ I କିନ୍ତୁ ନା ଆଜ୍ଞା ଏକଥା ଆମେ କହୁନୁ ପୂର୍ତ୍ତ ବିଭାଗ କହୁଛି I

L

ଏମିତି ଏକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି I ପୂର୍ତ୍ତ ବିଭାଗ ଦ୍ୱାରା ଏକ ଛକରେ ଦିଆଯାଇଥିବା ହୋଡିଂ ରେ ଲେଖାଯାଇଛି କି ଓଡ଼ିଆରେ ଖୋର୍ଦ୍ଧା ଗଲେ 34କିଲୋମିଟର କିନ୍ତୁ ଇଂରାଜୀରେ ଗଲେ 43କିଲୋମିଟର I ଏନେଇ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାପରେ ଓଡିଶା Exclusive ଟିମ୍ ପକ୍ଷରୁ ଯାଞ୍ଚ କରାଯାଇଥିଲା କି ଫୋଟୋ ଟି ପୁରୀ ସାକ୍ଷୀଗୋପାଳ ର ପଟନାଇକିଆ ଛକ ପାଖରେ I କିନ୍ତୁ ସେଠାରେ ଥିବା ହୋଡିଂ ରେ ଉଭୟ ଇଂରାଜୀ ଏବଂ ଓଡ଼ିଆ ରେ ଲେଖାଯାଇଛି କି ଖୋର୍ଦ୍ଧା 34କିଲୋମିଟର I

ତେବେ ଏଠାରେ ପ୍ରଶ୍ନ ଉଠେକି ଭାଇରଲ ହେଇଥିବା ଫୋଟୋ ଟି ସତ ନା ଭାଇରଲ ହେବାପରେ 43କିଲୋମିଟର କୁ ରଙ୍ଗ ଦିଆଯାଇ ପୁନର୍ବାର 34 କରିଦିଆଯାଇଛି ? ଏହାର ଏକ ତଦନ୍ତ ଆବଶ୍ୟକ ଯାହାଦ୍ୱାରା ସତ୍ୟତା ପଦାକୁ ଆସିପାରିବ I

Leave a Reply

Your email address will not be published. Required fields are marked *