ପାଣି ପାଇଁ ଲୋକ ହଇରାଣ ହେଉଥିବା ବେଳେ ସରକାରୀ ବାବୁମାନେ ଅଫିସ ଭିତରେ ମଦ୍ୟପାନ କରି ତାସ୍‌ ଖେଳୁଥିଲେ

କଥାରେ ଅଛି ଚାକିରୀ କରିବ ତ ସରକାରୀ ଚାକିରୀ ,ନା ଅଛି ଟେନସନ ନା ଭୟ I ସେମିତି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ I ଦିଲ୍ଲୀରେ ସାଧାରଣତଃ ମୁଖ୍ୟ ସମସ୍ୟା ହେଉଛି ପାଣି I ସରକାର କହୁଛନ୍ତି କି କିଭଳି ସମସ୍ତଙ୍କୁ ଶୁଦ୍ଧ ପାନୀୟ ଜଳ ସଠିକ ସମୟରେ ଯୋଗାଇଦିଆଯିବ ସେନେଇ ବ୍ୟବସ୍ତା କରାଯାଉଛି କିନ୍ତୁ କର୍ମଚାରୀ ମାନେ ପୁରା ବେଫିକର I କିଏ ପାଣି ପାଉ କିମ୍ବା ନପାଉ ବାସ ସେମାନେ କେବଳ ନିଜର ସମୟ ଅଫିସ ରେ ଅତିବାହିତ କରି ଘରକୁ ଚାଲିଯିବା କଥା I
ପାଣି ସମସ୍ୟା ଲାଗିରହିଥିବା ବେଳେ ଜଳ ବୋର୍ଡର କର୍ମଚାରୀ ମାନେ ଅଫିସ ଭିତରେ ମଦ୍ୟପାନ କରି
ତାସ୍‌ ଖେଳୁଥିବା ଭିଡିଓ ଭାଇରଲ ହେଇଯାଇଛି I ଫଳରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହେବାରୁ ପ୍ରଶାସନ ପକ୍ଷରୁ ତୁରନ୍ତ କର୍ମଚାରୀ ମାନଙ୍କୁ ଚିହ୍ନଟ କରାଯାଇ କାର୍ଯ୍ୟରୁ ନିଲମ୍ବନ କରାଯାଇଛି I

Leave a Reply

Your email address will not be published. Required fields are marked *