ବୈଷ୍ଣବ ଙ୍କ ପାଇଁ ବଳି ପଡିଗଲେ ବିଜୟ ,ବିଧାନସଭା ମାଟି ମାଡ଼ି ପାରିବେନି

ନିକଟରେ ବୈଷ୍ଣବ ଙ୍କ ରାଜ୍ୟସଭା ପ୍ରାଥୀ ହେବାକୁ ନେଇ ଯେଉଁ ଜୋରଦାର ଚର୍ଚ୍ଚା ହେଉଛି ସେଥିରେ ପୁଣି ଜାପାନ ରେ ମୋଦିଙ୍କ ଓଡିଶା ସରକାର ଙ୍କୁ ପ୍ରସଂଶା ସତେ ଯେପରି ରାଜନୈତିକ ସମୀକ୍ଷକ ମାନଙ୍କୁ ଦ୍ବନ୍ଦରେ ପକାଇଦେଇଛି I ନିର୍ବାଚନ ପୂର୍ବରୁ ଉଭୟ ଉଭୟ ଙ୍କର ବିରୋଧୀ ଥିବାବେଳେ ନିର୍ଵାଚନ ପରେ ଏବେ ପରସ୍ପର ସହିତ ପାଖାପାଖି I ଏପରିକି ବିଜେଡି ପାଖରେ ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ବିଜେପି ପ୍ରାଥୀ ବୈଷ୍ଣବ ଙ୍କୁ ସମର୍ଥନ କରିବାକୁ ଖୋଲାଖୋଲି ମିଡ଼ିଆ ଆଗରେ ଘୋଷଣା କରିଥିଲେ ସୁପ୍ରିମ ନବୀନ ପଟନାୟକ I

ତେବେ ଏହାକୁ ନେଇ ଚର୍ଚ୍ଚା ହେଉଛି କି ରାଜନୀତି ରେ ପୋଖତ ଥିବା ବିଜେଡି ସୁପ୍ରିମ ନବୀନ ପଟନାୟକ ବୈଷ୍ଣବ ଙ୍କ ପ୍ରାଥୀ ସମର୍ଥନ ରେ ବୋଧହୁଏ କିଛି ଗୁଢ ଏବଂ ଗୋପନ ରହସ୍ୟ ରହିଛି I ଏମିତିରେ ଦେଖିବାକୁ ଗଲେ ନିଜ ବିରୋଧୀ ମାନଙ୍କୁ ମୂଳରୁ ସଫା କରିବାରେ ନବୀନ ଙ୍କ ସମକ୍ଷକ କେହି ହେଇପାରିବେ ନାହିଁ I ପ୍ୟାରୀ ,ନଳିନୀ ,ପଞ୍ଚାନନ ,ନିକଟରେ ବୈଜୟନ୍ତ ଏବଂ ଦାମ I ସମସ୍ତଙ୍କୁ ପରାଜୟ ର ସ୍ୱାଦ ଚଖାଇଛନ୍ତି ନବୀନ ,ଏପରିକି ଅନେକଙ୍କର ସତ୍ତା ମଧ୍ୟ ହଜିଯାଇଛି I

ନବୀନ ଙ୍କ ମୁଖ୍ୟ ବିରୋଧୀ କୁହାଯାଉଥିବା ବିଜୟ ମହାପାତ୍ର ଙ୍କୁ ଦୀର୍ଘ 19ବର୍ଷ ଧରି ବିଧାନସଭା ମାଟି ମଡ଼େଇ ଦେଉନାହାନ୍ତି ନବୀନ ପଟନାୟକ ,ତେବେ ଏଥରକ ସ୍ତିତି ଅଲଗା ,ପାଟକୁରାରେ ଦିବଙ୍ଗତ ନେତା ଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ପ୍ରାଥୀ ହେଇଥିବା ବେଳେ ବିଜେପି ପ୍ରାଥୀ ଅଛନ୍ତି ବିଜୟ ମହାପାତ୍ର I ଆଗକୁ ନିର୍ବାଚନ ହେବାକୁ ଥିବାବେଳେ ବିଜୟ ଙ୍କ ପଲ୍ଲା ଭାରି ରହିଛି ,ନିଜେ ଅପରାଜିତା ମଧ୍ୟ ଜୋରଦାର ଲାଗିପଡିଛନ୍ତି ତାଙ୍କୁ ଜିତାଇବାକୁ I

ଚର୍ଚ୍ଚା ଚାଲିଛି କି ବିଜୟ ଙ୍କୁ ପୁଣିଥରେ ପରାଜୟ ର ସ୍ୱାଦ ଚଖାଇବାକୁ ନବୀନ ନିସର୍ତ୍ତ ଭାବେ ବିଜେପି ପ୍ରାଥୀ ବୈଷ୍ଣବ ଙ୍କୁ ସମର୍ଥନ ଦେଇଛନ୍ତି ଫଳରେ ବିଜେପି ର ସ୍ୱର ପୂର୍ବଭଳି ଶାଣିତ ହେବନାହିଁ ,ଏବଂ ବୋଧହୁଏ ଜାତୀୟସ୍ତରୀୟ କୌଣସି ନେତା ବିଜୟ ଙ୍କ ପାଇଁ ପ୍ରଚାର କରିବାକୁ ଆସିବେ କି ନା ତାହା ମଧ୍ୟ ସମ୍ଭାବନା କ୍ଷୀଣ I ଗୋଟେପଟେ ବିଜେପି କୁ ରାଜ୍ୟସଭା ପ୍ରାଥୀ ଉପହାର ଦେଇ ବିଜୟ ଙ୍କ ବାଟରେ କଣ୍ଟା ବିଛାଇ ଦେଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I

Leave a Reply

Your email address will not be published. Required fields are marked *