ଶିକ୍ଷାମନ୍ତ୍ରୀ ଆଣିଲେ ନୂଆ ନିୟମ,ଏଥର ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁହେବ ପାସ୍‌ ଫେଲ୍‌

ନିକଟରେ ନୂଆ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଇଛନ୍ତି ସମୀର ଦାଶ I ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ନେଉ ନେଉ ପୁରା ଆକ୍ସନ ମୁଡ଼ ରେ ମନ୍ତ୍ରୀ ମହୋଦୟ I ଅଚାନକ ସ୍କୁଲ ରେ ପହଁଚି ଯାଞ୍ଚ କରୁଛନ୍ତି ଶିକ୍ଷାର ମାନ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଉପସ୍ଥାନ I ନିକଟରେ 82ସ୍କୁଲ ରେ ଫଳାଫଳ ଶୂନ ହେବାପରେ ଏଥିରେ କିପରି ସୁଧାର ଆସିବ ଲାଗିପଡିଛନ୍ତି ମନ୍ତ୍ରୀ I ନୂଆକରି ଲାଗୁକରିଛନ୍ତି ଏକ ନୂଆ ନିୟମ I ଏଥରକ ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପାସ୍‌ ଫେଲ୍‌ ବ୍ୟବସ୍ତା ରହିବ I ସୂଚନା ଥାଉ କି ବହୁପୂର୍ବରୁ ଏହି ନିୟମ ଲାଗୁହେଇଥିଲା ଏବଂ ଉଛେଦ ହେଇଥିଲା ତେବେ ପୁନର୍ବାର ମନ୍ତ୍ରୀ ଏହାକୁ ଲାଗୁକରିବାକୁ ନିର୍ଦେଶ ଦେଇଛନ୍ତି

I ଯଦି ପଞ୍ଚମ କିମ୍ବା ଅଷ୍ଟମ ରେ ଛାତ୍ର ଛାତ୍ରୀ ଫେଲ ହୁଅନ୍ତି ତେବେ ପୁନର୍ବାର ତାଙ୍କୁ ସେହି ଶ୍ରେଣୀରେ ପଢିବାକୁ ପଡିବ ଏବଂ ପାସ କରିସାରିବା ପରେ ଉପର ଶ୍ରେଣୀକୁ ଉର୍ଣ୍ଣିତ ହେବ I ଏହି ନିୟମ କୁ ନେଇ ଏବେ ଗୁରୁତର ସହିତ ଜୋରଦାର ଆଲୋଚନା ଜାରି ରହିଛି I

Leave a Reply

Your email address will not be published. Required fields are marked *