ସତକୁ ସତ ଭିଲେନ୍ ସାଜିଲେ ସଞ୍ଜୟ , ବନ୍ଦ ହୋଇଗଲା ଯାତ୍ରା ସଚ୍ଚିଦାନନ୍ଦ ଗଣନାଟ୍ୟ

ସଞ୍ଜୟ ଭୋଳ ,ଯାତ୍ରା ଜଗତରେ ଏକ ପରିଚିତ ନା I କେବଳ ପରିଚିତ ନୁହେଁ ଯାତ୍ରା ଜଗତର ଖଳନାୟକ ବା ବାଘ ଭାବରେ ବେସ ଜଣାଶୁଣା I ଓଡ଼ିଶାର ଦର୍ଶକ ମାନଙ୍କ ମଧ୍ୟରେ ତାଙ୍କ ଖଳନାୟକ ଅଭିନୟ ଏକ ସ୍ୱତନ୍ତ୍ର ସ୍ଥାନ ନେଇପାରିଛି I ତେବେ ରଙ୍ଗମଞ୍ଚ ରେ ଖଳନାୟକ ସାଜୁଥିବା ଏହି ଅଭିନେତା ସତକୁ ସତ ଭିଲେନ ସାଜିଛନ୍ତି ,ଯାହା ଫଳରେ ଏକ ଯାତ୍ରା ପାର୍ଟି ସମ୍ପୂର୍ଣ୍ଣ ବନ୍ଦ ହେଇଯାଇଛି ଏବଂ ଅନେକ କଳାକାର ଙ୍କ ଜୀବନ ଦୁର୍ବିସହ ହେଇପଡ଼ିଚି I

ଖବର ଅନୁଯାଇ ସଞ୍ଜୟ ଭଲ ଯାତ୍ରା ସଚ୍ଚିଦାନନ୍ଦମ ରେ ଖଳନାୟକ ପାଇଁ ଚୁକ୍ତି କରିଥିଲେ ଏବଂ ତାଙ୍କୁ ନେଇ ମୁଖ୍ୟ ଚରିତ୍ର ଗଢାଯାଇଥିଲା I ତେବେ ଯାତ୍ରା ଅଧାରୁ ଟଙ୍କା ଦାବି କରି ପଳାଇଥିଲେ ସଞ୍ଜୟ ଏନେଇ ଅଭିଯୋଗ କରିଛନ୍ତି ଯାତ୍ରା ପରିଚାଳକ ,ଫଳରେ ଯାତ୍ରା ସଚ୍ଚିଦାନନ୍ଦ ର ବିପର୍ଯ୍ୟୟ ଘଟିଛି ଏବଂ ଏହି ପାର୍ଟି ବନ୍ଦ ହେଇଯାଇଛି I ସୂଚନା ଅନୁଯାଇ ଯାତ୍ରା ସଚ୍ଚିଦାନନ୍ଦ ଗଣନାଟ୍ୟ ଅଭିଯୋଗ କରିଛି କି ଯାତ୍ରା ଅଧାରୁ ଅର୍ଥାତ ମେ ମାସ ୨୫ ତାରିଖରେ ଯାତ୍ରା ନକରି ସଞ୍ଜୟ ଘରକୁ ପଳାଇଥିଲେ I

ଯାତ୍ରା ତରଫରୁ ସଞ୍ଜୟ ଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ କୌଣସି ଉତ୍ତର ରଖିନଥିଲେ ଫଳରେ ବାଧ୍ୟ ହେଇ ସଂସ୍ଥା ତରଫରୁ କଳାକାର ସଙ୍ଘ ନିକଟରେ ଅଭିଯୋଗ କରିଥିଲେ I ଏନେଇ ସଙ୍ଘ ତରଫରୁ ସଞ୍ଜୟ ଙ୍କୁ ଡକାଯାଇ ଉଭୟ ଯାତ୍ରା ପାର୍ଟି ଏବଂ ସଞ୍ଜୟ ଙ୍କ ସହିତ ମିଳିତ ମୀମାଂସା କରାଯାଇଥିଲା I ସଞ୍ଜୟ ଦାବି କରିଥିଲେ କି ତାଙ୍କର ବକେୟା ପାଉଣା ସହିତ ଅଗ୍ରିମ ଟଙ୍କା ଏବଂ ଦୈନିକ 10ହଜାର ଦିଆଗଲେ ସେ ପୁନର୍ବାର ଯୋଗ ଦେବେ I

ସଞ୍ଜୟ ଙ୍କ ଦାବି ରଖାଯାଇ ସଙ୍ଘର ମଧ୍ୟସ୍ଥତା ରେ ସଞ୍ଜୟ ଙ୍କୁ ଯାତ୍ରା ପାର୍ଟି ଅଗ୍ରିମ ୧ ଲକ୍ଷ ଟଙ୍କା ଦେଇଥିଲା ଏବଂ ସର୍ତ୍ତ ଅନୁଯାଇ ଜୁନ୍‌ ୧୨ ତାରିଖ ପର୍ଯ୍ୟନ୍ତ ଯାତ୍ରା ପାର୍ଟି ରେ କାମ କରିବେ ବୋଲି ସଞ୍ଜୟ କହିଥିଲେ I ତେବେ ଟଙ୍କା ନେଇ ପୁନର୍ବାର ଯାତ୍ରା ରେ ଯୋଗଦେଇ ମାତ୍ର ଦୁଇଦିନ ଅଭିନୟ କରି ପୁଣି ଫେରିଯାଇଥିଲେ ନିଜ ଘରକୁ ସଞ୍ଜୟ I

ଫଳରେ ସଚ୍ଚିଦାନନ୍ଦମ ସହିତ ଯେଉଁ ସବୁ କମିଟି ର ଡାକରା ଆସିଥିଲା ସଞ୍ଜୟ ଭୋଳ ନଥିବାରୁ ସେସବୁ ଡାକରା କ୍ୟାନସେଲ ହେଇଥିଲା ଏବଂ କେତେକ ସ୍ଥାନରେ କମିଟି ମାନେ ବହୁ ପଇସା କାଟିଦେଇଥିଲେ

I ଫଳରେ ବିପର୍ଯ୍ୟୟ ଆଡକୁ ଗତି କରିଥିଲା ଯାତ୍ରା ପାର୍ଟି I ଅଚାନକ ଯାତ୍ରା ମଝିରୁ ସଞ୍ଜୟ ଘରକୁ ପଳାଇ ଯିବା ପରେ ସବୁଦିନ ପାଇଁ ବନ୍ଦ ହେଇଯାଇଛି ଏହି ଯାତ୍ରା ପାର୍ଟି । ସଙ୍ଘ ପକ୍ଷରୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସଞ୍ଜୟ କୌଣସି ଜବାବ ରଖିନଥିଲେ I ଶେଷରେ ବାଧ୍ୟ ହେଇ ଯାତ୍ରା କଳାକାର ସଂଘପକ୍ଷରୁ ସଭାପତି ଦୈତାରୀ ପଣ୍ଡା ତାଙ୍କୁ ଯାତ୍ରା ରୁ ଏକବର୍ଷ ପାଇଁ ନିଲମ୍ବନ କରିଛନ୍ତି Iଏହି ନିଲମ୍ବନ ଅନୁଯାଇ ଯାତ୍ରା ସିଜିନ୍ 2019/2020 ପର୍ଯ୍ୟନ୍ତ ସଞ୍ଜୟ ଙ୍କୁ ଯଦି କୌଣସି ଯାତ୍ରା ପାର୍ଟି ନିଜ ଯାତ୍ରା ରେ ନିଅନ୍ତି ଏବଂ ତାଙ୍କ ଦ୍ୱାରା କୌଣସି ସମସ୍ୟା ସମ୍ପୃକ୍ତ ଯାତ୍ରା ପାର୍ଟି ଭୋଗନ୍ତି ତେବେ ସେଥିପାଇଁ ସଙ୍ଘ ଦାୟୀ ରହିବ ନାହିଁ କିମ୍ବା କୌଣସି ସାହାଯ୍ୟ କରିବ ନାହିଁ

I ଅପରପକ୍ଷରେ ସଞ୍ଜୟ ନିଜ ପ୍ରତିକ୍ରିୟା ରେ କହିଛନ୍ତି କି ସେ ଏହି ସଂଘ କୁ ମାନନ୍ତି ନାହିଁ ଏବଂ ଏପରି କରି ତାଙ୍କୁ ବଦନାମ କରାଯିବାକୁ ଷଡଯନ୍ତ୍ର କରାଯାଇଛି I ନୂଆ କରି ଆରମ୍ଭ ହେଇଥିବା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା ଯାତ୍ରା କଳାକାର କଲ୍ୟାଣ ସମିତିର ତାଙ୍କୁ ସଭାପତି କରାଯାଇଛି I ଏବଂ ଚର୍ଚ୍ଚା ଚାଲିଛି କି ଯାତ୍ରା ଇଂଦ୍ରଭୁବନ ରେ ସେ ଯୋଗ ଦେଇସାରିଛନ୍ତି ଏବଂ ସଞ୍ଜୟ ଙ୍କୁ ନେଇ ଇନ୍ଦ୍ରଭୁବନ ଯାତ୍ରା ପକ୍ଷରୁ ମଧ୍ୟ ପୋଷ୍ଟର ଜାରି କରାଯାଇଛି I

Leave a Reply

Your email address will not be published. Required fields are marked *