ବର୍ଷା ଆଉ ୨୪ ଘଣ୍ଟା, ୮ ଜିଲ୍ଲା ପାଇଁ ରେଡ୍‌ ଆଲର୍ଟ ‘Well marked low pressure’ ରେ ପରିଣତ ହେଲା ଲଘୁଚାପ

ବର୍ତ୍ତମାନ ଉତ୍ତର ପଶ୍ଚିମ ବଙ୍ଗୋସାଗର ରେ ସୃଷ୍ଠି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ଦିନ ତମାମ ବର୍ଷା ଲାଗି ରହିଛି। ବର୍ଷ ଯୋଗୁ କେତେକ ନଦୀ ରେ ଜଳସ୍ଥଳ ମଧ୍ୟ ବୃଦ୍ଧି ପାଇଛି। ଉପକୂଳ ଓ ପଶ୍ଚିମ ଓଡ଼ିଶା ଅପେକ୍ଷା ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଅଧିକ ପରିମାଣ ରେ ବର୍ଷା କରି ରହିଛି। ପାଣିପାଗ ବିଶେଷଜ୍ଞ ଙ୍କ ସୂଚନା ଅନୁସାରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଏହିଭଳି ବର୍ଷା ଲାଗି ରହିବ। ଆଜି ମଧ୍ୟାହ୍ନ ସୁଦ୍ଧା ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବରଗଡ଼ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏହା ସହ ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ଓ କନ୍ଧମାଳ ଜିଲ୍ଲା ରେ ମଧ୍ୟ ପ୍ରବଳ ରୁ ଅତିପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ସେହିଭଳି ଜୁଲାଇ ୨ ଓ ୩ ତାରିଖ ବେଳକୁ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବରଗଡ଼, ନୂଆପଡ଼ା ଇତ୍ୟାଦି ସ୍ଥାନ ରେ ବର୍ଷା ହେବାର ସମ୍ଭାବନା ଅଛି।

ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ଯେ ବଙ୍ଗୋପସାଗର ରେ ସୃଷ୍ଠି ହୋଇଥିବା ଲଘୁଚାପ ଗତ କାଲି ପୂର୍ବାହ୍ନ ରେ ‘ ୱେଲ୍ ମାର୍କଡ ଲୋ ପ୍ରେସର ‘ ରେ ପରିଣତ ହୋଇଛି। ଆଜି ତାହା ଅବପାତ ର ରୂପ ନେଇ ଓଡ଼ିଶା ଅତିକ୍ରମ କରିବ। ଏହାର ପ୍ରଭାବ ରେ ରାଜ୍ୟରେ ବର୍ଷା ପ୍ରବାହ ଜାରି ରହିବ। ଆଜି ଅପରାହ୍ନ ସୁଦ୍ଧା ‘ ୱେଲ ମାର୍କଡ ଲୋ ପ୍ରେସର ‘ ଛତିଶଗଡ଼ ଆଡ଼କୁ ଗତି କରି ସେଠାରେ ଭୀଷଣ ବର୍ଷା କରାଇବ। ଏହି ଲଘୁଚାପ ପ୍ରଭାବ ରେ ୪୦ ରୁ ୫୦ କିଲୋମିଟର ବେଗ ରେ ପବନ ବହିବାର ଆଶଙ୍କା ଥିବାରୁ ସମୁଦ୍ର ଆସନ୍ତା ରହିବ। ସେଥି ପାଇଁ ମତ୍ସ୍ୟଜୀବି ମାନଙ୍କୁ ସମୁଦ୍ର ଉପକୂଳ କୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *