ଆଜି ଆଂଶିକ ସୂର୍ଯ୍ୟପରାଗ ,ଏହି 4 ରାଶି ଉପରେ ପଡିବ ପ୍ରଭାବ

ଜୁଲାଇ ୨ ତାରିଖ, ମଙ୍ଗଳବାର ଅର୍ଥାତ ଆଜି 2019ର ଦ୍ୱିତୀୟ ସୂର୍ଯ୍ୟ ପରାଗ ହେବାକୁ ଯାଉଅଛି I ଭାରତୀୟ ସମୟ ଅନୁଯାଇ ଏହି ପରାଗ ଭାରତକୁ ଦୃଶ୍ୟମାନ ହେବ ନାହିଁ I ଏହା ରାତ୍ର ସମୟରେ ହେଉଥିବାରୁ ଭାରତ ପାଇଁ ପାଳନୀଯ ନୁହେଁ I ରାତି ୧୧ଟା ୩୦ ମିନିଟରେ ସୂର୍ଯ୍ୟ ଙ୍କ ଠାରେ ଗ୍ରହଣ ଲାଗୁହେଇ ରାତି ୨ଟା ୧୫ ମିନିଟ ରେ ମୋକ୍ଷ ହେବ I ଏହି ପରାଗ ରାତିରେ ହେଉଥିବା ରୁ ଏହା ଦକ୍ଷିଣ ଆମେରିକା କୁ ଦୃଶ୍ୟମାନ ହେବ I I ତେବେ ଏହାର ପ୍ରଭାବ ଭାରତ ଉପରେ ରହିବ I ଏହି ସମୟରେ କୌଣସି ଖାଦ୍ୟ ଗ୍ରହଣ କରନ୍ତୁ ନାହିଁ ,ଏହା ଆମପାଇଁ କ୍ଷତିକାରକ ହେଇଥାଏ I

ସକାଳୁ ସୂର୍ଯ୍ୟ ଙ୍କ ଠାରୁ ଗ୍ରହଣ ଛାଡିବା ପରେ ଘରେ ଗଙ୍ଗାଜଳ ଛିଚନ କରନ୍ତୁ Iବିଶେଷ କରି ଏହି ପରାଗ ଦ୍ୱାରା 12ଟି ରାଷିମଧ୍ୟରୁ ଚାରୋଟି ରାଶି ଯଥା ମେଷ, କର୍କଟ ,ତୁଳା ,ମକର ରାଶି ପାଇଁ ଏହା ଖରାପ ପ୍ରଭାବ ପଡୁଅଛି I ଏହି ଚାରୋଟି ରାଶି ପାଇଁ ଆଜିର ସୂର୍ଯ୍ୟପରାଗ ଅଶୁଭ ଅଟେ I

ଏଥିରୁ ବର୍ତ୍ତିବା ପାଇଁ ଶିବ ମନ୍ଦିର ରେ ଶିବଙ୍କୁ ଆରାଧନା କଲେ ସମସ୍ତ ରିଷ୍ଟ ଖଣ୍ଡନ ହେଇଥାଏ I

Leave a Reply

Your email address will not be published. Required fields are marked *